{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ତାଳଚେର ମହାବିଦ୍ୟାଳୟରେ ସ୍ନାତକ ଓ ସ୍ନାତକତୋର ପରୀକ୍ଷା ଫଳ ପ୍ରକାଶସ୍ନାତକରେ ପ୍ରିୟାଂଶିତ ଓ ସ୍ନାତକତୋରରେ ସାଇଶ୍ୱେତା ଟପ୍ପର

ତାଳଚେର, ୨୩/୦୫ ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନତକ ଓ ସ୍ନାତକତୋର ପରୀକ୍ଷା ଫଳ ୨୦୨୫ ପ୍ରକାଶିତ ହୋଇଛି । ପରୀକ୍ଷା ଫଳ ପୁସ୍ତିକାକୁ ଏକ ସ୍ୱତନ୍ତ୍ର ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ମେଜର ସୁବ୍ରତ କୁମାର ଦାସ ଉନ୍ମୋଚନ କରିଥିଲେ । ସ୍ନତକ ଓ ସ୍ନାତକତୋର ପରୀକ୍ଷା ସମ୍ପର୍କିତ ସର୍ବିଶେଷ ତଥ୍ୟର ଉପସ୍ଥାପନ କରିଥିଲେ ପରୀକ୍ଷା ନିୟନ୍ତ୍ରକ ଅଧ୍ୟାପକ ବିରଂଚି ନାରାୟଣ ସାମଲ । ଚଳିତ ସ୍ନାତକ କଳାରେ ୯୨.୭%, ବିଜ୍ଞାନରେ ୯୬.୯% ଓ ବାଣିଜ୍ୟରେ ୯୪.୫% ପାସ୍‌ହାର ରହିଥିବା ବେଳେ ସ୍ନାତକତୋର ଓଡ଼ିଆରେ ଶତପ୍ରତିଶତ ପରୀକ୍ଷାଫଳ ହୋଇଛି । ଚଳିତବର୍ଷ ଶ୍ରେଷ୍ଠ ସ୍ନାତକ ରୂପେ ଇତିହାସ ବିଭାଗର ଛାତ୍ର ପ୍ରିୟାଂଶିତ କର ଓ ସ୍ନାତକତୋର ଓଡ଼ିଆ ସାଇଶ୍ୱେତା ପ୍ରିୟଦଶିନୀ ଟପ୍ପର ହୋଇଛନ୍ତି । ଏତଦ୍ ବ୍ୟତୀତ ସୁଶ୍ରୀ ସାଇଶ୍ୱରୀ ଦେବୀ ଇତିହାସରେ ପ୍ରିୟାଂଶିତ କର ଓଡ଼ିଆରେ ମଧୁସ୍ମିତା ପୃଷ୍ଟି, ରାଜନୀତି ବିଜ୍ଞାନରେ ଓମପ୍ରକାଶ ଜେନା, ସଂସ୍କୃତରେ ତସ୍ମିନ୍ ସାହୁ, ନୃତତ୍ୱରେ ସୌମ୍ୟା ସାଲୋନି ମାଝୀ, ଉଦ୍ଭିଦ ବିଜ୍ଞାନ ମୌସୁମୀ ପ୍ରଧାନ, ରସାୟନ ବିଜ୍ଞାନରେ ଦିପ୍ତୀରଞ୍ଜନ ସାମଲ, ଗଣିତରେ ବିଜୟ କୁମାର ପ୍ରଧାନ, ପଦାର୍ଥ ବିଜ୍ଞାନରେ ଦିବ୍ୟଲୋଚନ ପାତ୍ର, ପ୍ରାଣୀବିଜ୍ଞାନରେ ତନିଶା ମାଝୀ, ଭୂତତ୍ୱ ବିଜ୍ଞାନ ଅଙ୍କିତା ଗଡ଼ନାୟକ ଓ ବାଣିଜ୍ୟ ବିଭାଗରେ ସାଇସ୍ମିତା ପାଣି ଟପ୍ପର ହୋଇଛନ୍ତି ବୋଲି କଲେଜ ପକ୍ଷରୁ ସୂଚନା ଦିଆଯାଇଛି । ପରୀକ୍ଷା ଫଳ ପ୍ରକାଶ ଉତ୍ସବରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଯୋଗଦେଇଥିଲେ । ଶେଷରେ ଉପପରୀକ୍ଷା ନିୟନ୍ତ୍ରିକା ଅଧ୍ୟାପିକା ଅପସନା ବେଗମ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *