Spread the love

ତିଲେଇମାଲ ଗ୍ରାମରେ ଅବକାରୀ ବିଭାଗର ଚଢ଼ାଉ:୨୦୦୦ ଲିଟର ମହୁଲପୋଚ ଓ ୭୦ ଲିଟର ରନ୍ଧା ମଦ ଜବତ

ଅମ୍ବାଭୋନା -୧୨/୦୯/୨୦୨୩–

ମଙ୍ଗଳବାର ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ର ତିଲେଇମାଳ ଗ୍ରାମ ନିକଟରୁ ଅବକାରୀ ବିଭାଗ ଦ୍ବାରା ଅତର୍କିତ ଚଢାଉ କରାଯାଇ ବିପୁଳ ପରିମାଣର ମହୁଲପୋଚ ଓ ରନ୍ଧାମଦ ଜବତ କରାଯାଇଛି। ବରଗଡ ଅବକାରୀ ଅଧିକ୍ଷକ ସୁବନ କୁମାର ନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଭଟଲୀ ଅବକାରୀ ବିଭାଗ ତଥା ଅତାବିରା ଅବକାରୀ ବିଭାଗ ର ମିଳିତ ଚଢାଉ କରାଯାଇ ତିଲେଇମାଳ ଗ୍ରାମ ନିକଟରୁ ୨୦୦୦ ଲିଟର ମହୁଳପୋଚ ଓ ୭୦ ଲିଟର ଦେଶି ରନ୍ଧାମଦ ଜବତ କରାଯାଇଛି। ଏହି ଚଢାଉରେ ଭଟଲୀ ଅବକାରୀ ବିଭାଗ ର ଭାରପ୍ରାପ୍ତ ଅଧିକାରୀ ଉଷାବତୀ ଗୌଡ, ଏ.ଏସ.ଆଇ ନନ୍ଦିକିଶୋର ପଧାନ, କନେଷ୍ଟବଳ ଉଦ୍ଧବ ଭୁଏ, ମୁକେଶ ବିଶ୍ବାଲ, ଆଶାକୁମାରୀ ସେଠ, ବେଦବ୍ୟାସ ଛନ୍ଦା ତଥା ଅତାବିରା ଅବକାରୀ ବିଭାଗ ଭାରପ୍ରାପ୍ତ ଅଧିକାରୀ ଆରତୀ ମିଞ୍ଜ, ଏ.ଏସ.ଆଇ ପିଙ୍କି ପ୍ରଧାନ, କନେଷ୍ଟବଳ ପ୍ରଦୀପ ସାହୁ, ସୁକାନ୍ତ ବଢେଇ, ମଣ୍ଟୁ ସୁନା, ହୃଦାନନ୍ଦ ବେହେରା ସାମିଲ ହୋଇଥିଲେ । ଅମ୍ବାଭୋନା ବ୍ଲକର ଡୁଙ୍ଗୁରୀ ରେ ମଧ୍ଯ ଆଜି ଅବକାରୀ ବିଭାଗର ମିଲିତ ଚଢାଉ କରି ବେଆଇନ ଭାବେ ମଦ ବିକ୍ରି କରୁଥିବା ଲବ ବେହେରା ନିକଟରୁ ୪ ଲିଟର ୮୩୦ ମି.ଲି. ବିଦେଶି ମଦ ଏବଂ ୬ ଲିଟର ବିୟର ଜବତ କରାଯାଇ ଅଭିଯୁକ୍ତ କୁ ଗିରଫ କରାଯାଇଛି ।

Leave a Reply

Your email address will not be published. Required fields are marked *