Spread the love

ତୁମୁରା ଧାନ ମଣ୍ଡି ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ

ଗୋଳାମୁଣ୍ଡା
କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ତୁମୁରା ଧାନ ମଣ୍ଡି ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉପ ଶ୍ରମ ଆୟୋଗ ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ରାଇକା ଓ ଜିଲ୍ଲା ଶ୍ରମ ଅଧିକାରୀ ସୁବାଷ ମଣ୍ଡଳଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମଟି ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର,ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ, ବିଡିଓ ଶ୍ରୀଧର ପଣ୍ଡା,ବୃନ୍ଦାବାହଲ ସରପଞ୍ଚ ଇଂ ଦିନେଶ କୁମାର ରାଉତ ଯୋଗ ଦେଇଥିଲେ । ଏହି ଶିବିରରକୁ କ୍ୟାପଟେନ ମିଶ୍ର ପୂଜାର୍ଚ୍ଚନା କରି ଶୁଭ ଉଦଘାଟନ କରି ଶ୍ରମ ବିଭାଗରେ କୋଠାବାଡ଼ି ନିର୍ମାଣ ଶ୍ରମିକ ଭାବରେ ପଞ୍ଜିକୃତ ହୋଇଥିବା ସମସ୍ତ ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରିଥିଲେ । ବିଶେଷ କରି ନବ ନିର୍ମିତ କାର୍ଡ,ମୃତ୍ୟୁ ସହାୟତା,ଓ ଵିଵାହ ସହାୟତା,ଶିକ୍ଷା ସହାୟତା ରାଶି ପ୍ରଦାନ କରାଯାଇଥିଲା । ଏହି ଶିବିରରେ ହଜାର ହଜାର ନିର୍ମାଣ ଶ୍ରମିକ ଅଂଶ ଗ୍ରହଣ କରି ନିଜ ନିଜର ସହାୟତା ରାଶି ପାଇ ଥିବାରୁ ନିର୍ମାଣ ଶ୍ରମିକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି kapurchansethia ଙ୍କ ରିପୋଟ ଜାଗ୍ରତ ଭାରତ ନିୟୁଜ

Leave a Reply

Your email address will not be published. Required fields are marked *