Spread the love

ତୁରଙ୍ଗ ସରକାରୀ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

ଅନୁଗୁଳ:

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଳକ ଅନ୍ତର୍ଗତ ତୁରଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସମାରୋହ ଆୟୋଜିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତୁରଙ୍ଗ ସରପଞ୍ଚ ସମରେନ୍ଦ୍ର ଦେହୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ଛାତ୍ରଛାତ୍ରୀଙ୍କୁ ସମୟର ସଦୁପଯୋଗ କରିବା ସହ ନିଜ ରୁଚି ଅନୁସାରେ ପାଠପଢ଼ା ଓ ଅନ୍ୟାନ୍ୟ କ୍ଷେତ୍ରରେ ଶ୍ରେଷ୍ଠ ହେବାକୁ ପରାମର୍ଶ ଦେଇଥିଲେ।ମୁଖ୍ୟବକ୍ତା ଭାବେ ବଅଁରପାଳ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଶୀଲ କୁମାର ନାଏକ ଯୋଗଦେଇ ପିଲାମାନଙ୍କୁ ସକାରାତ୍ମକ ଚିନ୍ତାଧାରା ରଖିବା ଓ ଜୀବନରେ କିଛି ସ୍ୱତନ୍ତ୍ର କରିବା ପାଇଁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ଏବିଓ ସୁଷମା ପଟ୍ଟନାୟକ, ବିଆରଟି ମଧୁସୂଦନ ସାହୁ, ସିଆରସିସି କୁମୁଦ ଚନ୍ଦ୍ର ଭୋଇ, କିଶୋର ଚନ୍ଦ୍ର ସାହୁ, ପରିଚାଳନା କମିଟି ସଭାପତି ଟୁକୁନ କୁମାର ସାମଲ ଓ ସନ୍ତୋଷ କୁମାର ଥମ୍ବ ପ୍ରମୁଖ ଉପସ୍ଥିତ ଥିଲେ।ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ପ୍ରଧାନ ଶିକ୍ଷକ ବିଦ୍ୟାଳୟର ପ୍ରଗତି ସମ୍ପର୍କରେ ରିପୋର୍ଟ ପ୍ରଦାନ କରିଥିଲେ। ଶିକ୍ଷକ ଶଶାଙ୍କ ଶେଖର ନାଥ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷୟିତ୍ରୀ ଅନସୁୟା ସିଂହସାମନ୍ତ, ପୂଜା ବେହେରା, ସ୍ୱାଗତୀ ଶୁଭଦର୍ଶିନୀ ଓ ସସ୍ମିତା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ କାଦମ୍ବିନୀ ଦାସ ଓ ବୀଣାପାଣି ସାହୁ ସହଯୋଗ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ସଂଘମିତ୍ରା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *