Spread the love

ତୃତୀୟ ରଜରେ ପିଙ୍ଗୁଆ ଗ୍ରାମର ୧୯୯୮ ବ୍ୟାଚର ବନ୍ଧୁ ମିଳନ।

ଆଜି ତୃତୀୟ ରଜରେ ପିଙ୍ଗୁଆ ଗ୍ରାମର ୧୯୯୮ ମସିହା ବ୍ୟାଚର ବନ୍ଧୁ ମିଳନ ଉତ୍ସବ ସପ୍ନେଶ୍ବର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ପ୍ରାୟ ୮୦ ଜଣ ବନ୍ଧୁ ଓ ପରିବାର ୪ଟି ସାମିଲ ଥିଲେ। ଏହି ବନ୍ଧୁ ମିଳନ ଉତ୍ସବ କୁ ସତ୍ୟାନନ୍ଦ ସାହୁ,ଅମରେଶ ସାହୁ ଓ ଝିଲି ପୂର୍ଣ ଦାୟିତ୍ଵ ନେଇ ପରିଚାଳନା କରିଥିଲେ।ଏଥିରେ ଦୀର୍ଘ ୨୫ବର୍ଷ ପରେ ସମସ୍ତ ବନ୍ଧୁମାନେ ଏକତ୍ରିତ ହୋଇ ଭୋଜିଭାତ କରି ନିଜର ସୁଖଦୁଃଖ ଆଦାନପ୍ରଦାନ କରିଥିଲେ ।
ସତ୍ୟାନନ୍ଦ ସାହୁ , ଅମରେଶ ସାହୁ , ଝିଲିଙ୍କ ନେତୃତ୍ୱରେ ଦୀର୍ଘ ୨୫ବର୍ଷ ପରେ ସମସ୍ତ ବନ୍ଧୁମାନଙ୍କୁ ଏକତ୍ରିତ କରିଥିବାରୁ ସମସ୍ତେ ତାଙ୍କୁ ଭରପୁର ପ୍ରଶଂସା କରିଛନ୍ତି । ଏହିପରି ଭାବେ ପ୍ରତି ବର୍ଷ ବନ୍ଧୁମିଳନ କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିର କରିଛନ୍ତି l

Leave a Reply

Your email address will not be published. Required fields are marked *