Spread the love

ଉତ୍ତର ଆଟଲାଣ୍ଟିକରେ ରୁଷ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏକ ବିବାଦୀୟ ତୈଳ ଟ୍ୟାଙ୍କରର ସୁରକ୍ଷା ପାଇଁ ରୁଷ ସବମେରିନ୍ ଏବଂ ଅନ୍ୟାନ୍ୟ ନୌସେନା ଜାହାଜ ମୁତୟନ କରିଛି। ପୂର୍ବରୁ “ବେଲା-୧” ନାମରେ ଜଣାଶୁଣା ଏହି ଟ୍ୟାଙ୍କର ଏବେ “ମାରିନାରା” ନାମରେ ରୁଷ ପତାକା ଲଗାଇ କାର୍ଯ୍ୟ କରୁଛି।

ଆମେରିକା ଏହାକୁ ଜବତ କରିବାକୁ ଚେଷ୍ଟା କରୁଥିଲା, କିନ୍ତୁ ରୁଷ ଏହାକୁ ରୋକିବା ପାଇଁ ପଦକ୍ଷେପ ନେଇଛି।ଟ୍ୟାଙ୍କର, ବେଲା-୧ ଭେନେଜୁଏଲାରେ ଅଶୋଧିତ ତୈଳ ଲୋଡ୍ କରିବାକୁ ଯାଇଥିବା ସମୟରେ ଆମେରିକା ତଟରକ୍ଷୀ ବାହିନୀ ଏହାକୁ ଅଟକାଇବାକୁ ଚେଷ୍ଟା କରିଥିଲା। ତା ପରେ ଏହା ଉତ୍ତର ଦିଗକୁ ପଳାଇଯାଇଥିଲା। ପରବର୍ତ୍ତୀ ସମୟରେ ଜାହାଜଟି ତା’ର ନାଁ ବଦଳାଇ ମାରିନେରା ରଖିଥିଲା।ଏହା ବର୍ତ୍ତମାନ ଆଇସଲ୍ୟାଣ୍ଡରୁ ୩୦୦ ମାଇଲ ଦକ୍ଷିଣରେ ଏବଂ ରୁଷର ମୁରମାସ୍କ ବନ୍ଦର ଅଭିମୁଖେ ଯାଉଛି। ଆମେରିକାକୁ ଜାହାଜର ପିଛା କରିବାକୁ ରୁଷ ମନା କରିଥିଲା, କିନ୍ତୁ ଯେତେବେଳେ ଆମେରିକୀୟ ତଟରକ୍ଷୀ ବାହିନୀ ପଛକୁ ହଟିବାକୁ ମନା କଲା, ସେତେବେଳେ ସୁରକ୍ଷା ଦେବା ପାଇଁ ରୁଷ ଟ୍ୟାଙ୍କର, ବୁଡ଼ାଜାହାଜ ଏବଂ ଅନ୍ୟାନ୍ୟ ନୌସେନା ଜାହାଜ ନିୟୋଜିତ କରିଥିଲା। ରୁଷ ଗଣମାଧ୍ୟମ ଆରଟି ଟ୍ୟାଙ୍କରରୁ ଭିଡିଓ ଦେଖାଇଛି, ଯେଉଁଥିରେ ଆମେରିକା ଜାହାଜ ପଛପଟୁ ଦେଖାଯାଉଛି।

Leave a Reply

Your email address will not be published. Required fields are marked *