Spread the love

ଦିବଂଗତ ଉଦୟନାଥ ବେହେରାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ସ୍କୁତିଚାରଣ ସଭା ଅନୁଷ୍ଠିତ

ବିଷୟ ____ ରାଜକନିକା ବ୍ଲକ ଅନ୍ତର୍ଗତ ଓଳାଭର ସ୍ଥିତ ଅକ୍ସଫୋଡ ଇଂରାଜୀ ମିଡିୟମ ସ୍କୁଲ ପ୍ରାଙ୍ଗଣରେ ଦିବଂଗତ ବିଶିଷ୍ଟ ଶିକ୍ଷାବିତ ଉଦୟନାଥ ବେହେରାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ଏକ ସ୍କୁତି ଚାରଣ ସଭା ଓ ସ୍କରଣିକା ଅସ୍ତାଚଳରେ ଉଦୟନାଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀଙ୍କ କରକମଳରେ ଆଜି ଉନ୍ମୋଚନ ହୋଇଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ରମାକାନ୍ତ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଓଳାଭର କଲେଜର ଅଧ୍ୟକ୍ଷ ହଳଧର ବେହେରା, ଶିକ୍ଷାବିତ ବ୍ରଜ କିଶୋର ଦାଶ, ଯୋଗଦେଇ ଥିଲେ। ମୁଖ୍ୟ ବକ୍ତା ଭାବେ କେନ୍ଦ୍ରାପଡ଼ା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦକିଶୋର ପରିଡ଼ା, ପ୍ରମୁଖ ଯୋଗଦେଇ ଥିଲେ। ଧନ୍ୟବାଦ୍ ଅର୍ପଣ କରିଥିଲେ ସୁଶ୍ରୀ ପ୍ରିୟା।ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ବାରା ଉଦୟ ନାଥ ବେହେରାଙ୍କ ଏକ ପୂର୍ଣ୍ଣାବୟବ ମୂର୍ତ୍ତୀ ଅନାବରଣ କରାଯାଇଥିଲା। ଅତିଥି ପରିଚୟ ପ୍ରଦାନ କରିଥିଲେ ରଶ୍ମିକାନ୍ତ ସାର। ଧନ୍ୟବାଦ୍ ଅର୍ପଣ କରିଥିଲେ ସୁଶ୍ରୀ ପ୍ରିୟା ।ଏହି ଅବସରରେ ତିନିଜଣ କୃର୍ତ୍ତୀ ଛାତ୍ରୀଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ। ବେଦପାଠ କରିଥିଲେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦ, ଶେଷରେ ସ୍କୁଲର ଅଧ୍ୟକ୍ଷା ମିସ ଡଲି ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଅଭିନନ୍ଦନ ଜଣାଇଥିଲେ।
ଆଳିରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *