Spread the love

 ଦୁଇ ଗ୍ରାମ ମଧ୍ୟରେ ସୀମା ବିବାଦରୁ ହୋଇ ପାରୁନି ଲକ୍ଷ୍ମୀପୂଜା ତହସିଲଦାର୍ ଙ୍କ ଦ୍ବାରସ୍ଥ।

 

ଝୁମ୍ପୁରା ତହସିଲ୍ ଅନ୍ତର୍ଗତ ରଧିକାଦେଇ ପୁର ଏବଂ ଯମୁନା ପଶି ଦୁଇ ଗାଁ ର ସୀମା ବିବାଦ ଦେଖାଦେବାରୁ ଦୁଇ ବର୍ଷ ହେବ ରାଧିକା ପୁର ଲକ୍ଷ୍ମୀ ପୂଜା କମିଟି ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଦୀର୍ଘ ପଇନ୍ତିରିଶି ବର୍ଷ ହେବ ରାଧିକାପୁର ପୂଜା କମିଟି ଗୋଟାଏ ସ୍ଥାନରେ ଖୁବ୍ ଧୁମ୍ ଧାମରେ ପାଳନ କରିଆସୁଥିଲେ। କିନ୍ତୁ ଦୁଇ ବର୍ଷ ହେବ ଯମୁନା ପଶି ଗ୍ରାମର ଶ୍ରୀକାନ୍ତ ମହାନ୍ତ ପିତା ସୁଦନ ମହାନ୍ତ ଏହା ଯମୁନା ପଶି ଗ୍ରାମ ସୀମା ରହିଥିବା ଦର୍ଶାଇ ଦୁଇ ବର୍ଷ ହେବ ସେହି ଜାଗା କୁ ନିଜ ଅକ୍ତିଆର କରି ସେଠାରେ ଏକ ଘର ତଳିଥିବା ଅଭିଯୋଗ ଆଣିଥିଲେ ରାଧିକା ପୁର ଲକ୍ଷ୍ମୀ ପୂଜା କମିଟି। ଯାହାକୁ ନେ଼ଇ ପୂଜା କମିଟି ଝୁମ୍ପୁରା ତହସିଲ ଦାର ଙ୍କୁ ଅଭିଯୋଗ କରିଥିଲେ। ଆଜି ଦୁଇ ଦଳ ଙ୍କୁ ବିଚାର ପାଇଁ ତହସିଲ୍ ପକ୍ଷରୁ ନଟିସ ହୋଇ ଝୁମ୍ପୁରା ତହସିଲ୍ କାର୍ଯ୍ୟାଳୟ କୁ ଡକା ଯାଇଥିଲା । କିନ୍ତୁ କୌଣସି ବିଚାର ହୋଇପାରିନଥିବା କହିଛନ୍ତି ଲକ୍ଷ୍ମୀ ପୂଜା କମିଟି ଯାହାକୁ ନେଇ ଆମ ପ୍ରତିନିଧି ଝୁମ୍ପୁରା ତହସିଲଦାର ଶ୍ରୀ ରୋହିତ ବାଗ୍ ଙ୍କୁ ପଚାରିବାରୁ କୌଣସି ଉତ୍ତର ରଖିଥିଲେ।

 

ଝୁମ୍ପୁରା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନ୍ୟୁଜୁ

Leave a Reply

Your email address will not be published. Required fields are marked *