Spread the love

ଦୁଇ ବାଇକ ମୁହାଁମୁହିଁ ଧକା , ଜଣେ ଗୁରୁତର

ଅନୁଗୋଳ:ନାଲକୋ ଥାନା ଅନ୍ତର୍ଗତ ନାଲକୋ ଷ୍ଟେଟବ୍ୟାଙ୍କ ସମ୍ମୁଖରେ ଦୁଇ ବାଇକ ମୁହାଁମୁହିଁ ଧକା ହେବା ଫଳରେ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଯେ, ଅନୁଗୋଳରୁ ନାଲକୋ ଯାଉଥିବା ଏକ ବାଇକ ସହ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ସହ ଧକା ହୋଇଥିଲା । ସେଥିରେ ଜଣେ ଗୁରୁତ୍ତର ହେବା ସହ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ୧୧୨ ପହଞ୍ଚିବା ସହ ସଙ୍ଗେ ସଙ୍ଗେ ଗୁରୁତ୍ତରକୁ ନାଲକୋ ମେଡିକାଲକୁ ପଠାଇଥିଲା।ଏହି ସ୍ଥାନଟି ଜନବହୁଳ ସ୍ଥାନ ଥିବାରୁ ବାରମ୍ଵାର ଦୁର୍ଘଟଣା ଘଟୁଛି।ଏଠି ପ୍ରଶ୍ନ ଉଠେ ଯେ, ରାସ୍ତାକଡ଼ରେ ତିନି ତିନିଟି ବ୍ୟାଙ୍କ ଯଥା ଏଚ଼ଡିଏଫସି ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ,ନାଲକୋ ଷ୍ଟେଟ ବ୍ୟାଙ୍କ ସହ ଆପୋଲୋ ଫାର୍ମାସୀ ଭଳି ମେଡିସିନ ଷ୍ଟୋର ଅଛି ।ତା ସହିତ ରାସ୍ତାକଡରେ ଏଟିଏମ୍ ସହ ଡିଜି ରଖାଯାଇଛି। ଦୋକାନ ଏବଂ ବ୍ୟାଙ୍କର ବଡ଼ ବଡ଼ ପୋଷ୍ଟର ବ୍ୟାନର ମରାଯାଇ ରାସ୍ତାଟିକୁ ବନ୍ଦ କରିଦିଆଯାଇଛି।ମହିଳା ମାନଙ୍କର ସଂଘ ତରଫରୁ ଟଙ୍କା ନେଣ ଦେଣ ଏହି ବ୍ୟାଙ୍କରେ ବିଶେଷ ଭାବରେ ହୋଇଥାଏ। ପାଖରେ ପେଟ୍ରୋଲ ପମ୍ପ ମଧ୍ୟ ଅଛି। ଏ ସବୁକୁ ଦେଖିଲେ ଏହି ସ୍ଥାନଟି ସବୁବେଳେ ଗହଳି ଲାଗି ରହୁଛି। ଏଠାରେ କୌଣସି ସିକୁରିଟି ବ୍ୟବସ୍ଥା ନାହିଁ କି ପାର୍କିଙ୍ଗ ବ୍ୟବସ୍ଥା ନାହିଁ। ସେଥିପାଇଁ ଏହି ସ୍ଥାନରେ ବାରମ୍ଵାର ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଦୁର୍ଘଟଣାରେ ନିରିହ ଜନସାଧାରଣ ଙ୍କ ଜୀବନ ଚାଲିଯାଉଛି।କିଭଳି ଭାବରେ ଏଠି ତିନି ତିନିଟା ବ୍ୟାଙ୍କ ଚାଲୁଛି ତାହା ଏକ ପ୍ରଶ୍ନବାଚି ସୃଷ୍ଟି ହୋଇଛି।ଅନୁଗୋଳ ରୁ ସୁଧାକର ସାହୁ

Leave a Reply

Your email address will not be published. Required fields are marked *