Spread the love

ଧନୀ ଜିଲ୍ଲା ରେ ଗରିବ ପ୍ରଜା, ମହା ଦୁର୍ଦ୍ଦଶା ରେ ଘାଣ୍ଟି ଚକଟି ହେଉଛନ୍ତି ଖଣି ଅଞଳ ର ବାସିନ୍ଦା


ଓଡ଼ିଶାର ସବୁଠାରୁ ଧନୀ ଜିଲ୍ଲା ଭାବେ ପରିଚିତ କେନ୍ଦୁଝର ଜିଲ୍ଲା।ଏଠାରୁ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ଷ ଲକ୍ଷ କଟି ଟଙ୍କା ରାଜ୍ୟସ୍ବ ଆଦାୟ କରୁଛନ୍ତି।ମ‍ାତ୍ର କେନ୍ଦୁଝର ଜିଲ୍ଲା ର ଖଣି ଅଞ୍ଚଳର ଲୋକଙ୍କ ଅବସ୍ଥା ପୂର୍ବରୁ ଯେମିତି ଥିଲା ବର୍ତ୍ତମାନ ବି ସେଇ ଅବସ୍ଥା ରହିଛି।କିଛିବର୍ଷ ପୂର୍ବେ କେନ୍ଦୁଝର ଜିଲ୍ଲାକୁ ଭାରତର ସବୁଠାରୁ ବଡ଼ ବଡ଼ ଖଣି କମ୍ପାନୀ ତାଙ୍କ ଖଣି ଖନନ ପାଇଁ ଆସିଲେ।ପରେ ଅଞ୍ଚଳବାସି ଙ୍କୁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇ ଖଣି ଅଞ୍ଚଳ କୁ ଏକ ମଡେଲ ସହରେ ପରିବର୍ତ୍ତନ କରିବୁ,ଅଞ୍ଚଳର ବିକାଶ କରିବୁ ବେ ରୋଜଗାର ଙ୍କୁ ରୋଜଗାର ଦେବୁ,ଅଞ୍ଚଳର ଗରିବି କୁ ସମ୍ପୂର୍ଣ୍ଣ ଭାବେ ଲୋପ କରିଦେବୁ ଏମିତି ଅନେକ ପ୍ରକାର ମିଛ ପ୍ରତିଶ୍ରୁତି ଦେଇଥିଲେ।ତେବେ ବାସ୍ତବରେ କେନ୍ଦୁଝର ଜିଲ୍ଲା ର ଖଣି ଅଞ୍ଚଳ ପୂର୍ବରୁ ଯେମିତି ଥିଲା ଆଜି ବି ସେମିତି ହିଁ ରହିଛି।ଆଜି ଖଣି ଅଞ୍ଚଳରେ ଦି ମୁଠା ଖାଇବା ପାଇଁ ଅନେକ ସଂଘର୍ଷ କରୁଛନ୍ତି।ମୁଣ୍ଡ ଗୁଞ୍ଜିବା ପାଇଁ ଭଲ ଘର ଟିଏ ଗଢି ପାରୁ ନାହାଁନ୍ତି।ଅନେକ ଯୁବକ ଯୁବତୀ ପାଠ ପଢି ଚାକିରୀ ପାଇଁ ବାରମ୍ବାର କମ୍ପାନୀ ପାଖକୁ ଦୌଡ଼ିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ରଖଠକ ମନା ସ୍ଥାନୀୟ ଯୁବକ ଯୁବତୀ ଙ୍କୁ ନିଯୁକ୍ତି ଦେବୁ ନାହିଁ ବୋଲି କରିଦେଇଛନ୍ତି।ବର୍ତ୍ତମାନ ଖଣି ଅଞ୍ଚଳର ଛାତ୍ର ଛାତ୍ରୀ ଙ୍କ ଅଭିଭାବକ ଙ୍କ ମନରେ ମଧ୍ୟ ଚିନ୍ତାର ଚଡକ ବାଜିଲାଣି। ନିଜ ପିଲା ଙ୍କୁ ପାଠ ସିନା ପଢ଼ାଉଛୁ କିନ୍ତୁ ଭବିଷ୍ୟତରେ ପିଲା ମାନେ ଚାକିରୀ ପାଇବେ ତ।ଖଣି ଅଞ୍ଚଳର ଆଦିବାସୀ ଲୋକେ ବର୍ତ୍ତମାନ ଜଙ୍ଗଲ ରୁ ଜାଳଣି କାଠ ବିକ୍ରି କରୁଥିବାବେଳେ ବର୍ତ୍ତମାନ ମହୁଲ ଗଛରୁ ମହୁଲ ଫୁଲ ସଂଗ୍ରହ କରି ନିଜର ଗୁଜୁରାଣ ମେଣ୍ଟାଉ ଥିବା ଦେଖିବାକୁ ମିଳୁଛି।କେନ୍ଦୁଝର ଜିଲ୍ଲାର ସମ୍ପୂର୍ଣ୍ଣ ଯୋଡ଼ା ବ୍ଲକ ଅଞ୍ଚଳରେ ଖଣି ଖାଦାନ ଓ କାରଖାନା ରେ ଭର୍ତ୍ତି ରହିଛି।କିନ୍ତୁ କାହିଁକି କମ୍ପାନୀ ଅଧିକାରୀ ଅଂଚଳର ବିକାଶ କରୁନାହାନ୍ତି ଏହା ବଡ ପ୍ରଶ୍ନ ଉଠିଛି।ଅଞ୍ଚଳର ଯୁବକ ଯୁବତୀ ଙ୍କୁ ନିଯୁକ୍ତି ଦିଆଯାଉ ନାହିଁ।ଏବେ ଏହି ଘଟଣା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ଶହ ରତି ରଞ୍ଜନ ବାରିକ୍ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *