Spread the love

( ନାଉଗାଁ ଠାରେ ବିଜୁ ଜନତା ଦଳ ତରଫରୁ ଅମରେନ୍ଦ୍ର ଙ୍କ ନେତୃତ୍ୱ ରେ ବନ୍ଧୁମିଳନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ )
ଜଗତସିଂହପୁର
ତା =3/9/23

ନାଉଁଗା ବ୍ଲକ ଅନ୍ତର୍ଗତ ଗଜରାଜପୁର ପଞ୍ଚାୟତର ପ୍ରସିଦ୍ଧ ଶୈବପୀଠ ତୁମ୍ବେଶ୍ୱର ମହାଦେବ ମନ୍ଦିର ପରିସରରେ ବିଜେଡି ଯୁବ ନେତା ଅମରେନ୍ଦ୍ର ଦାସ ଙ୍କ ନେତୃତ୍ୱ ରେ ଗଜରାଜପୁର, ରୋହିଆ , ଗଳଧାରି ଓ ବଛାଳ ଆଦି ୪ ଟି ପଞ୍ଚାୟତ କୁ ନେଇ ବିଜୁ ଜନତା ଦଳ ପକ୍ଷରୁ ବନ୍ଧୁମିଳନ ଓ ବୃକ୍ଷ ରୋପଣ ଏବଂ ସାଧାରଣ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |
ନାଉଁଗା ପଞ୍ଚାୟତ ର ବିଜୁ ଜନତା ଦଳ ସଭାପତି ବିପିନ ବେହେରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ସାମ୍ନାନୀତ ଅତିଥି ରୂପେ ଜଗତସିଂହପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ପ୍ରସନ୍ନ ସ୍ୱାଇଁ | ଜଗତସିଂହପୁର ବ୍ଲକ ପୂର୍ବତନ ଉପାଧ୍ୟକ୍ଷ, ଲକ୍ଷ୍ମୀକାନ୍ତ ସ୍ୱାଇଁ | ଅଲଣା ପଞ୍ଚାୟତ ପୂର୍ବତନ ସରପଞ୍ଚ ସୁଶାନ୍ତ ମଲ୍ଲିକ ପ୍ରମୁଖ ଶତାଧିକ ବିଜୁ ଜନତା ଦଳ କର୍ମୀ ଉପସ୍ଥିତ ରହି ମନ୍ଦିର ପ୍ରାଙ୍ଗଣରେ ମୁଖ୍ୟ ଅତିଥି ଅମରେନ୍ଦ୍ର ଦାସ ଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା l ଏହି ଅବସରରେ ପୂର୍ବତନ ବାଚସ୍ପତି, ପୂର୍ବତନ କ୍ୟାବିନେଟ ମନ୍ତ୍ରୀ, ଦିଗପହଣ୍ଡି ବିଧାୟକ ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ବିୟୋଗ ରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l
ଏହି ଅବସରରେ ବିଜୁ ଜନତା ଦଳ କର୍ମୀ ମାନଙ୍କ ପକ୍ଷରୁ ଗଜରାଜପୁର ବାହାଲିଆ ସାହି ଛକ ନିକଟରୁ ଏକ ବିରାଟ ବାଇକ ଶୋଭାଯାତ୍ରା ରେ ମୁଖ୍ୟ ଅତିଥି ଅମରେନ୍ଦ୍ର ଦାସ ଙ୍କୁ
ମା କୁତାମ ଚଣ୍ଡୀ ମନ୍ଦିର ଦର୍ଶନ କରାଇ ତୁମ୍ବେଶ୍ୱର ମନ୍ଦିର ସଭାସ୍ଥଳ କୁ ପାଛୋଟି ଆଣିଥିଲେ l ଏହି ଅବସରରେ ଗଳଧାରି ପଞ୍ଚାୟତ ର ପୂର୍ବତନ କଂଗ୍ରେସ ନେତା ଲକ୍ଷ୍ମୀଧର ନାୟକ
ରୋହିଆ ପଞ୍ଚାୟତ ର ପୂର୍ବତନ କଂଗ୍ରେସ ସରପଞ୍ଚ ଧନେଶ୍ୱର ନାୟକ ଙ୍କ ସମେତ କିଛି ଆଗଧାଡିର କର୍ମୀ ଅମରେନ୍ଦ୍ର ଦାସ ଙ୍କ ନିତି,ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳ ରେ ସାମିଲ ହୋଇଥିଲେ l ଅମରେନ୍ଦ୍ର ଦାସ ସେମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ସାମ୍ନାନୀତ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *