ନାଗରିକଙ୍କ ପାଇଁ ସାଧୁତା ଶପଥ
ତାଳଚେର, (୨୬/୧୦/୨୦୨୬): ଆଜି ତାଳଚେର ଉପଜିଲାପାଳଙ୍କ କାର୍ଯ୍ୟାଳୟ ପଞ୍ଚାୟତ ସମିତି କାଯ୍ୟଳୟ, ତହସିଲି କାଯ୍ୟଳୟ “ନାଗରିକଙ୍କ ପାଇଁ ସାଧୁତା ଶପଥ” ଅବସର ଆୟୋଜିତ ହୋଇଥିଲା। ଏହି ଅବସରରେ ସମସ୍ତ ଅଧିକାରୀ, କର୍ମଚାରୀ ସାଧୁତା, ସତ୍ୟନିଷ୍ଠା ଓ ଦୁର୍ନୀତିବିରୋଧୀ ଜୀବନଶୈଳୀ ଅନୁସରଣ ପାଇଁ ଶପଥ ଗ୍ରହଣ କରିଥିଲେ।
ଉପଜିଲାପାଳ ଙ୍କ ସମସ୍ତ କର୍ମଚାରି ମାନେ ଏହି ଅବସରରେ ନାଗରିକମାନଙ୍କୁ ଦେଶ ଓ ସମାଜ ପାଇଁ ସତ୍ୟନିଷ୍ଠ ଭାବରେ କାମ କରିବା, ଦୁର୍ନୀତିରେ ଜଡିତ ନ ହେବା ଏବଂ ସାଧୁତାକୁ ଜୀବନ ଆଚରଣର ଅଂଶ
କରିବା ପାଇଁ ପ୍ରେରିତ କରିଥିଲେ।
ସମାରୋହରେ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଅଂଶଗ୍ରହଣ କରି ସାଧୁତାର ପ୍ରତି ସଂକଳ୍ପବଦ୍ଧ ହେଲେ।ସରକାର କାଯ୍ୟ ନିମନ୍ତେ ଲାଞ୍ଚ ନବା ଦବା ଆଇନ ଅନୁଯାଇ ଅପରାଧ ଅଟେ ସରକାରୀ କାଯ୍ୟ ସମ୍ପାଦନ ନିମନ୍ତେ କୌଣସି କର୍ମଚାରୀ ଲାଞ୍ଚ /ଅର୍ଥ ଦାବି କଲେ, ସେ ସମ୍ପର୍କ ରେ ଟୋଲ ଫି. ନମ୍ବର 1064 କିମ୍ବା 06761-2305988,0671-2306028,06764-231154 ଯୋଗାଯୋଗ କରି ସୂଚନା ପ୍ରଦାନ କରିବା କୁ କୁହାଯାଇଛି!
