ଅନୁଗୋଳ – ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଦ୍ଵାରା ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ସଂପୃକ୍ତ ନାବାଳିକାଙ୍କ ଘର ଦେବଗଡ଼ ଜିଲ୍ଲା ରିଆମାଳ ବ୍ଳକ୍ ଅଞ୍ଚଳର ଅଟେ । ନାବାଳିକା ଜଣକ ବଁରପାଳ ବ୍ଲକ ର ଜାମୁଣ୍ଡା ଗ୍ରାମର ଜଣେ ଯୁବକଙ୍କୁ ଭଲ ପାଉଥିଲେ ହେଲେ ନାବାଳିକାର ପରିବାର ଲୋକ ଏହି ସମ୍ପର୍କକୁ ବିରୋଧ କରୁଥିବା ବେଳେ ଅନ୍ୟ ଏକ ସ୍ଥାନରେ ଝିଅର ବିବାହ କରିବାକୁ ପ୍ରସ୍ତୁତି ଚଳାଇଥିଲେ |ଯାହା ଫଳରେ ପୁଅ ଘରର ଲୋକ ବାଲ୍ୟ ବିବାହ କରିବାକୁ ଆୟୋଜନ କରୁଥିଲେ, ବିଶେଷ ସୂତ୍ରରୁ ଏହି ଖବର ପାଇ ସମନ୍ଵିତ ଶିଶୁ ପ୍ରକଳ୍ପ ଅଧିକାରୀ , ଅନୁଗୋଳ ଆଇସିଡସ ସୁପରଭାଇଜର ରଞ୍ଜିତା ସାହୁ , ବିଶ୍ଵ ଯୁବ କେନ୍ଦ୍ର ର ପ୍ରକଳ୍ପ ସହାୟିକା, ଲକ୍ଷ୍ମୀ ବେହେରା,ସୋନାଲିସା ଶବର,ଅଙ୍ଗନୱାଡ଼ି କର୍ମୀ, ଆଶା,ୱାର୍ଡ ମେମ୍ବର, ଗ୍ରାମ ସଭାପତି, ଏବଂ ପୋଲିସ ଅଧିକାରୀଣୀ ମାନଙ୍କ ମିଳିତ ଉଦ୍ୟମରେ ସେଠାରେ ପହଞ୍ଚି ବାଲ୍ୟବିବାହର କୁପରିଣାମ , ସ୍ୱାସ୍ଥ୍ୟ ଗତ ସମସ୍ୟା,ବାଲ୍ୟ ବିବାହ ନିଷେଧ ଆଇନ-୨୦୦୬ ବିଷୟରେ ଅବଗତ କରାଗଲା ଏବଂ ୧୮ ବର୍ଷ ପୂର୍ବରୁ ବିବାହ କରିବା ଦ୍ବାରା ଉପୁଜୁଥିବା ସମସ୍ୟା ନେଇ ଆଇନ୍ର ବ୍ୟବସ୍ଥା ଉପରେ ପରିବାର ଲୋକଙ୍କୁ ବୁଝାଇଥିଲେ। ଏବଂ ନାବାଳିକା ଓ ନାବାଳକ ଙ୍କୁ ଉଦ୍ଧାର କରାଯାଇ ଶିଶୁ ମଙ୍ଗଳ କମିଟିରେ ହାଜର କରାଯାଇଥିଲା
