Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ନାଲକୋ ଅଧିକାରୀଙ୍କୁ ଜି ଏ ପି ୧ ଓ ୨ ଠିକା କର୍ମଚାରୀଙ୍କ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା

 

 

ଜେ ବି ଏନ, ୦୭/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନାଲକୋ/ଅନୁଗୋଳ : ଆଜି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡସର ଗ୍ରାମ ପଞ୍ଚାୟତ ଆମ୍ବ ତୋଟା ଠାରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ନାଲକୋ ଅଧିକାରୀ (ମ୍ୟାନେଜର) ପ୍ରଦୀପ ବେହେରା ଗତ ୩୧ ତାରିଖରେ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ l ସେ ନାଲକୋ ସ୍ମେଲ୍ଟର ପ୍ଳାଣ୍ଟର ଗ୍ରୀନ୍ ଆନୋଡ ପ୍ଳାଣ୍ଟ ରେ ଶିଫ୍ଟ ଇନଚାର୍ଜ ଭାବେ କାର୍ଯ୍ୟ କରୁଥିଲେ l ଆଜି ଜି ଏ ପି ଏକ ଓ ଦୁଇ ର ସମସ୍ତ ଠିକା କର୍ମଚାରୀ ମାନେ ଏକାଠି ହୋଇ ଶ୍ରୀ ବେହେରାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ଏହି ଅବସରରେ ଜି ଏ ପି ଦୁଇର ଠିକା କର୍ମଚାରୀ ପ୍ରସନ୍ନ ମହାନ୍ତି ଓ ଜି ଏ ପି ୧ ର ମାର୍କଣ୍ଡ ସାମଲ ଶ୍ରୀ ବେହେରା ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ପରେ ପରେ ତାଙ୍କୁ ଉତ୍ତରୀୟ ପିନ୍ଧାଇ ସମ୍ମାନିତ କରିବା ସହ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ପ୍ରସନ୍ନ ମହାନ୍ତି ନିଜ ବକ୍ତବ୍ୟରେ କହିଥିଲେ ଯେ ଶ୍ରୀ ବେହେରା ଜଣେ ଉତମ ବ୍ୟକ୍ତିତ୍ୱ ଓ ଦିର୍ଘ ଦିନ ଧରି ଶ୍ରମିକ ମାନଙ୍କ ପ୍ରଗତି ପାଇଁ କାମ କରିଥିଲେ l ଆଜି ଅବସର ଗ୍ରହଣ ପରେ ମଧ୍ଯ ସେ ଶ୍ରମିକ ମାନଙ୍କ ଉନ୍ନତି ପାଇଁ କାମ କରିବେ ବୋଲି ଅନୁରୋଧ କରିଥିଲେ l ଏ ନେଇ ଶ୍ରୀ ବେହେରା ନିଜର ସମ୍ମତି ଜଣାଇ ଆଗାମୀ ଦିନରେ ଶ୍ରମିକଙ୍କ ଉନ୍ନତି ପାଇଁ କାମ କରିବେ ବୋଲି ଘୋଷଣା କରିଛନ୍ତି l ଏହି ଅବସରରେ ଠିକା କର୍ମଚାରୀ ପ୍ରସନ୍ନ ମହାନ୍ତି, ମାର୍କଣ୍ଡ ସାମଲ, ସଞ୍ଜୟ ପରିଡା, ସୁଶୀଲ କୁମାର ଆଇଚ, ଫତୁ ମୁର୍ମୁ, ରବି ବେହେରା , ସ୍ମୃତି ରଞ୍ଜନ ସାହୁ , ସୁମନ୍ତ ସାହୁ, କୁଳମଣି ସାହୁ, ପ୍ରଶାନ୍ତ ଦେହୁରୀ, ଦିଲୀପ ପ୍ରଧାନ, ଦେବକୃଷ୍ନ ବେହେରା, ବ୍ରଜବନ୍ଧୁ ବିଶ୍ଵାଳ, ତପନ ଦେହୁରୀ, ଯଶୋବନ୍ତ ସେଠୀ, ବିପିନ ବେହେରା, ବନ ରାଉତ ଓ ପ୍ରଦୀପ ବେହେରା, ଗାନ୍ଧୀ ସାମଲ, ଶ୍ରୀକାନ୍ତ ସାହୁ, ଡାକ ନାଏକ ଙ୍କ ସମେତ ଅନେକ ଠିକା କର୍ମଚାରୀ ଉପସ୍ଥିତ ଥିଲେ l