
ସରପଞ୍ଚ ପ୍ରାର୍ଥୀନୀ ଙ୍କ ମାରାଥନ ରାଲି
ଜେ ବି ଏନ (ବିନୋଦ କୁମାର/ଶୁଭମ ପାଣି) ୦୭-୦୨-୨୦୨୧ ଢେଙ୍କାନାଳ /ପରଜଙ୍ଗ : ପରଜଙ୍ଗ ନିର୍ବାଚନ ମଣ୍ଡଳୀର ଜୟପୁରା କାଟେଣୀ ଗ୍ରାମ ପଞ୍ଚାୟତ ସରପଞ୍ଚ ଉପ ନିର୍ବାଚନ ପାଇଁ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ରୋଜାଲିନ କାଣ୍ଡି ଙ୍କ ପାଇଁ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ସମସ୍ତ ସୁଖ ଦୁଃଖ, ବିକାଶ ପ୍ରଗତିର ସାଥି ଅତିପ୍ରିୟ ଯୁବନେତା ଅସିତ୍ କୁମାର ରାୟ ଚୌଧୁରୀ (ଚିଣ୍ଟୁ ଭାଇ) ମାରାଥନ ପ୍ରଚାର ରେ ଆସି ଗ୍ରାମର ମା ମାଉସୀ ଏବଂ ସମସ୍ତ ସର୍ବ ସାଧାରଣ ଙ୍କୁ ମାଛ ଚିହ୍ନ ରେ ଖଣ୍ଡିଏ ଲେଖାଏଁ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରି କରି କହିଥିଲେ । ଜୟପୁରା କାଟେଣୀ ଗ୍ରାମ ପଞ୍ଚାୟତ ର ସାମୁହିକ ବିକାଶ ଏବଂ ପ୍ରଗତି, ସମୃଦ୍ଧି ପାଇଁ ଆପଣ ମାନେ ପୂର୍ଣ୍ଣ ମାତ୍ରା ରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ରୋଜାଲିନ କାଣ୍ଡି ଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରନ୍ତୁ, ଆପଣ ଙ୍କ ଅଞ୍ଚଳ ର ବିକାଶ ପ୍ରଗତି ମୋର ଦାୟିତ୍ୱ।
ଆମେ ଫମ୍ପା ଭାଷଣ ବାଜି ମିଥ୍ୟା ପ୍ରଚାର ରେ କେବେ ବିଶ୍ୱାସ କରୁ ନାହୁଁ, କେବଳ କାମରେ ବିଶ୍ୱାସ କରୁ ଆମେ ସବୁବେଳେ ଆପଣ ମାନଙ୍କ ସହ ରହି ଆସି ଅଛୁ ଏବଂ ଆଗକୁ ମନ୍ଧ୍ୟ ଆମେ ଆପଣ ମାନଙ୍କ ସାଥିରେ ରହିବୁ କହି ବକ୍ତବ୍ୟ ଶେଷ କରିଥିଲେ, ଏହି ପ୍ରଚାର ରେ ଅନ୍ୟ ମାନଙ୍କ ମଧ୍ୟରେ ଯୁବଶକ୍ତି ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ, ପରଜଙ୍ଗ ବିଜେଡି ଯୁବ ସଂପାଦକ ଲାଲୁ ପ୍ରସାଦ ସାହୁ, ସୋସିଆଲ ମିଡିଆ ତରଣୀ ସେନ ସହ ସମସ୍ତ ଗ୍ରାମବାସୀ ଏହି ପ୍ରଚାର ରେ ସାମିଲ ଥିଲେ।
