Spread the love

ନାଲକୋ ଠିକା ମଜଦୂର ସଂଘ ର ରୌପ ଜୟନ୍ତୀ ପାଳିତ

ଶ୍ରମିକ ଦେଶ ଗଠନ ରେ ସବୁଠୁ ଗୁରୁତ୍ୱ ପୂର୍ଣ୍ଣ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନାଲକୋ ନଗର ର ଟ୍ରେନିଙ୍ଗ ସେଣ୍ଟର ଅଡିଟରିୟମ ଠାରେ ଭାରତୀୟ ମଜଦୂର ସଂଘ ଦ୍ଵାରା ସହବନ୍ଧିତ ଥିବା ନାଲକୋ ଠିକା ମଜଦୂର ସଂଘ ର ରୌପ ଜୟନ୍ତୀ ପାଳିତ ହୋଇଯାଇଛି। , ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସରକାର ଙ୍କ ଶିକ୍ଷା ,ଦକ୍ଷତା ବିକାଶ ଓ ଔଦମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ ,। ସନ୍ନମାନିତ ଅତିଥି ଭାବେ ନାଲକୋ ର ନିର୍ବାହୀ ନିର୍ଦ୍ଦେଶକ ଭୀମସେନ ପ୍ରଧାନ , ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଭାରତୀୟ ମଜଦୂର ସଂଘ ର ରାଜ୍ୟ ସଭାପତି ପୃଥ୍ୱୀ ରାଜ ପଣ୍ଡା , ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି , ବିଜେପି ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ, ଜିଲ୍ଲା ବିଜେପି ର ସଭାପତି ଦିଲେଶ୍ଵର ପ୍ରଧାନ,ପୃଥ୍ୱୀରାଜ,ଆଲୁନିମିୟମ ମଜଦୂର ସଂଘ ସଭାପତି ମୁନା ସାମଲ, ବିନୋଦ ସାମଲ ,ବିନୟ ତ୍ରିପାଠୀ, ଗୋକୁଳାନନ୍ଦ ଜେନା ,ବିଭୁତି ଭୂଷଣ ମହାପାତ୍ର ଆଦି ଉପସ୍ଥିତ ଥିଲେ | ମୋର ନାଲକୋ ସହିତ ପ୍ରାୟ ୪୦ ବର୍ଷ ର ସମ୍ପର୍କ ଅଛି ଓ ନାଲକୋ କାରଖାନା ଦ୍ଵାରା ଆମ ଜିଲ୍ଲା ର ଯୁବକ ମାନେ ନିଯୁକ୍ତି ପାଇଥିବାରୁ ମୁଁ ଖୁସି ସବୁ ସମୟରେ ଠିକା ଶ୍ରମିକ ମାନଙ୍କ ସହିତ ଅଛି କାରଣ ମୁଁ ସେମାନଙ୍କ ସହିତ ଖୁବ ନିକଟତର ହୋଇ ପାରିଛି ଓ ନାଲକୋ ଆମ ଅଞ୍ଚଳର ଅର୍ଥନୀତି ରେ ଏକ ଉଲେଖ୍ୟନୀୟ ଅବଦାନ ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ନିଜ ଅଭିଭାଷଣ ରେ କହିଛନ୍ତି ,। ନାଲକୋ ଠିକା ମଜଦୂର ସଂଘ ନିଜର ସଂଗଠନ କୁ ଏହି ୨୫ ବର୍ଷ ମଧ୍ୟରେ ସୁଦୃଢ କରିବା ସହିତ ଶ୍ରମିକ ମାନଙ୍କ ଉନ୍ନତି ପାଇଁ ସଦାସର୍ବଦା ଚେଷ୍ଟିତ ବୋଲି ସଂଘ ସଭାପତି କହିଥିଲେ | ଏହା ପରେ କେନ୍ଦ୍ର ମନ୍ତ୍ରୀ – ନବକୃଷ ଚୌଧୁରୀ ଓ ମାଳତି ଦେବୀ ଙ୍କ ଦ୍ଵାରା ଗଠିତ ବାଜି ରାଉତ ଛାତ୍ରାବାସ ବୁଲି ଦେଖିବା ସହିତ ଏହାର ଉନ୍ନତି ପାଇଁ ୫୦ ଲକ୍ଷ କେନ୍ଦ୍ରୀୟ ଅନୁଦାନ ଦେବାକୁ ପ୍ରତିଶୃତି ଦେଇଥିଲେ |

Leave a Reply

Your email address will not be published. Required fields are marked *