Spread the love

ନାଲକୋ ବିଦ୍ୟୁତ୍ ମଜଦୁର ସଂଘ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ

ଅନୁଗୋଳ – ୧୫ ଅଗଷ୍ଟ ୨୦୨୫ (ଶୁକ୍ରବାର) ଦିନ ନାଲକୋ ବିଦ୍ୟୁତ୍ ମଜଦୁର ସଂଘ ଅଫିସରେ ୭୯ତମ ସ୍ୱାଧୀନତା ଦିବସ ଉତ୍ସବ ପାଳିତ ହୋଇଯାଇଛି ।ଏହି ଅବସରରେ ସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସୁଜିତ୍ କୁମାର ସେଠ ଧ୍ବଜାରୋହଣ କରି ସମସ୍ତଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ ଜଣାଇଲେ। ସେ ନେତାଜୀ, ଭଗତସିଂହ, ଗାନ୍ଧୀଜୀଙ୍କ ପରି ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ଦେଶ ପାଇଁ ନିରନ୍ତର କାର୍ଯ୍ୟ କରିବାକୁ ଉତ୍ସାହିତ କଲେ।ସଂଘର ଅନ୍ୟ ସଭ୍ୟମାନେ ବଡ଼ ଉତ୍ସାହରେ ଏହି ଅବସରରେ ଅଂଶଗ୍ରହଣ କରି ଦେଶ ପ୍ରତି ନିଜର ଶ୍ରଦ୍ଧା ଓ ସମର୍ପଣ ପ୍ରଦର୍ଶନ କଲେ।

Leave a Reply

Your email address will not be published. Required fields are marked *