Spread the love

ନାଲକୋ CPP ରେ ଅବ୍ୟବସ୍ଥା ଦୂର ପାଇଁ ନାଲକୋ ନନ୍ ଏକ୍ଜୁକ୍ୟୁଟିଭ୍ ଏମ୍ପ୍ଲୋଇଜ୍ ୟୁନିଅନର ଦାବି

ଅନୁଗୋଳ/ନାଲକୋ – ସାଂପ୍ରତିକ ପରିସ୍ଥିତିରେ ନାଲକୋ ନିଜସ୍ୱ ବିଦ୍ୟୁତ୍ ପ୍ରକଳ୍ପ ଘୋର ସଙ୍କଟ ମଧ୍ୟ ଦେଇ ଗତି କରୁଛି ଏବଂ ବନ୍ଦ୍ ହେବା ପରିସ୍ଥିତିରେ। ବିଗତ 13 ତାରିଖରୁ ତାଳଚେର ସୁରକ୍ଷା ମଞ୍ଚ ଦ୍ବାରା ନାଲକୋ ଲାଇଫ ଲାଇନ ଲିନ୍ସ୍ଲରୀ ସିଷ୍ଟମ୍ କୁ ବନ୍ଦ୍ କରି ରଖିଥିବାରୁ ସିପିପିର ଉତ୍ପାଦନ ବାଧାପ୍ରାପ୍ତ ହୋଇଅଛି। ଯାହାଦ୍ବାରା ନାଲକୋ ସ୍ମେଲ୍ଟର ପ୍ଲାଣ୍ଟର ପୂର୍ଣ୍ଣ କାର୍ଯ୍ୟକ୍ଷମ ପାଇଁ ଆବଶ୍ୟକୀୟ ବିଦ୍ୟୁତ୍ ନିଅଣ୍ଟ ଭରଣା କରିବା ପାଇଁ ନାଲକୋ 300MW ବିଦ୍ୟୁତ୍ ଚଢ଼ା ଦରରେ ବାହାରୁ କ୍ରୟ କରୁଅଛି। ଯାହା ନାଲକୋ ପାଇଁ ଅତ୍ୟନ୍ତ ବ୍ୟୟ ବହୁଳ। ଇତି ମଧ୍ୟରେ ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ନାଲକୋ ଆସ୍ପଣ୍ଡର ପରିସ୍ଥିତିକୁ ନିରୀକ୍ଷଣ କରି ଏହାର ବିକଳ୍ପ ବ୍ୟବସ୍ଥା କରିବାକୁ ନିର୍ଦ୍ଧେଶ ଦେବାସହ ପ୍ଲାଣ୍ଟକୁ ବନ୍ଦ୍ କରିଦେବା ଭଳି ଚରମ ବାଣୀ ଶୁଣାଇଛନ୍ତି। ଦୁର୍ଭାଗ୍ୟର କଥା ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ମଧ୍ୟରେ ଲୀନସ୍ଲରୀ ଚାଲିଥିବା ଅବସ୍ଥାରେ ନାଲକୋ କର୍ତ୍ତୃପକ୍ଷ ଆସପଣ୍ଡ କୁ କିଛି ମାତ୍ରାରେ ଖାଲି କରି ପାରିଥିଲେ ଏଭଳି ପରିସ୍ଥିତିକୁ କିଛି ମାତ୍ରାରେ ନିୟନ୍ତ୍ରଣ କରାଯାଇ ପାରିଥାନ୍ତା। ଏଭଳି ସଙ୍ଗୀନ ପରିସ୍ଥିତିରେ ନାଲକୋ ନନ୍ ଏକ୍ଜୁକ୍ୟୁଟିଭ ଏମ୍ଲୋଇଜ୍ ୟୁନିଅନର ସାଧାରଣ ସମ୍ପାଦକ ଶ୍ରୀ ରତ୍ନାକର ପରିଡାଙ୍କ ନେତୃତ୍ବରେ ୟୁନିଅନ କର୍ମକର୍ତ୍ତା ମାନେ ନାଲକୋର ବିଭିନ୍ନ ଉଚ୍ଚ ପଦାଧିକାରୀ ମାନଙ୍କସହ ସାକ୍ଷାତ ଆଲୋଚନା କରି ଏହାର ତୁରନ୍ତ ସମାଧାନ ପାଇଁ ଦୃଢ଼ ଦାବି ଉପସ୍ଥାପନ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର କେନ୍ଦ୍ର ଖଣି ମନ୍ତ୍ରୀ ଓ ଖଣି ସଚିବଙ୍କୁ ହସ୍ତକ୍ଷେପ କରି ଏହାର ତୁରନ୍ତ ସମାଧାନ ପାଇଁ ଅନୁରୋଧ କରିଛନ୍ତି। ଦୁର୍ଭାଗ୍ୟର କଥା ଏଭଳି ଘଡିସନ୍ଧି ମୁହର୍ତରେ ନାଲକୋର କିଛି ଶ୍ରମିକ ସଙ୍ଗଠନ ଏବଂ ଶ୍ରମିକ ନେତା ସମାଧାନର ସୂତ୍ର ନବାହାର କରି ଏହାକୁ ରାଜନୈତିକ ରଙ୍ଗ ଦେଇ ପରିସ୍ଥିତିକୁ ଜଟିଳ କରିବାରେ ଲାଗିଛନ୍ତି, ଯାହା ନାଲକୋ ପାଇଁ ଆତ୍ମଘାତୀ ସଦୃଶ ହେଉଛି। କିନ୍ତୁ ନାଲକୋ ନନ୍ ଏକ୍ଜୁକ୍ୟୁଟିଭ ଏମ୍ପ୍ଲୋଇଜ୍ ୟୁନିଅନ ଏହି ବିପଦ ସମୟରେ ସମସ୍ୟାର ସମାଧାନ ନିମନ୍ତେ ତାଳଚେର ସୁରକ୍ଷା ମଞ୍ଚର କର୍ମକର୍ତ୍ତା ମାନଙ୍କ ସହ ସାକ୍ଷାତ ଆଲୋଚନା କରିବା ସହ ଆନ୍ଦୋଳନରୁ ଓହରି ଆଲୋଚନା ମାଧ୍ୟମରେ ସମସ୍ୟାର ସୁ ସମାଧାନ ପାଇଁ ନିବେଦନ କରିଛନ୍ତି। ତତ୍ ସହ ନାଲକୋ ଉଚ୍ଚ ପଦାଧିକାରୀଙ୍କୁ ସମସ୍ୟାର ଆଲୋଚନା ମାଧ୍ୟମରେ ତୁରନ୍ତ ସମାଧାନ କରି ଅଚଳାବସ୍ଥା ଦୂର ପାଇଁ ନିବେଦନ କରିଛନ୍ତି। ଏ ସବୁ ପରିସ୍ଥିତିରୁ ଆମେ ଅନୁଭବ କରୁଅଛୁ ଏହା ନାଲକୋ ଉଚ୍ଚ ପଦାଧିକାରୀଙ୍କ ଦାୟିତ୍ବହୀନତା,ଟାଳଟୁଳ ନୀତିର ଏକ ଜ୍ୱଳନ୍ତ ଉଦାହରଣ ଏବଂ ଏହା ନାଲକୋ ବିରୋଧରେ ଏକ ସୂଚିନ୍ତିତ ଷଡ଼ଯନ୍ତ୍ର। କିଛି ଉଚ୍ଚ ପଦାଧିକାରୀ ସ୍ବାର୍ଥନ୍ୟେଶ୍ଵି ଗୋଷ୍ଠୀ ଚକ୍ରାନ୍ତ କରି ନାଲକୋକୁ ଏବଂ ନାଲକୋର ହଜାର ହଜାର କର୍ମଚାରୀ, ଠିକା କର୍ମଚାରୀ ଏବଂ ଲକ୍ଷ ଲକ୍ଷ ପାରିପାର୍ଶ୍ୱିକ ଅଧିବାସୀ ମାନଙ୍କର ଜୀବନ ଜୀବିକାକୁ ଦୁର୍ଦ୍ଦିନ ମଧ୍ୟକୁ ଠେଲି ଦିଆ ଯାଇଛି।
ତଥାପି ସଙ୍ଗଠନ ତରଫ ରୁ ଉଦ୍ୟମ ଜାରି ରହିବ ଏବଂ ସମସ୍ୟା ର ଖୁବ ଶୀଘ୍ର ସମାଧାନ ଆଶା କରୁଛୁ।

Leave a Reply

Your email address will not be published. Required fields are marked *