Spread the love

ବଡବିଲ ପୌରପାଳିକା ଅନ୍ତର୍ଗତ ସାନ୍ତବାହାଳ ଠାରେ ସାଢେ ଚାରି ଫୁଟ ଲମ୍ବର ଗୋଖର ସାପ ଉଦ୍ଧାର

କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ତଥା ବଣ ଜଙ୍ଗଲ ଭରା ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଜୀବଜନ୍ତୁ ଓ ସରୀସୃପ ଜାତୀୟ ଜୀବ ଦେଖାଯାଇଥାନ୍ତି , କିନ୍ତୁ ବର୍ଷା ଦିନ ଆସିଲେ ସରୀସୃପ ଜାତୀୟ ଜୀବ ସାପ ଅନେକ ମାତ୍ରାରେ ଦେଖିବାକୁ ମିଳିଥାଏ। ସେହିଭଳି ଏକ ବିଷାକ୍ତ ଗୋଖର ସାପ ଉଦ୍ଧାର କରିଛି ବଡବିଲ ବନଖଣ୍ଡ ବିଭାଗ, କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ବଡବିଲ ବନାଞ୍ଚଳ ଅଧିନ ବଡବିଲ ପୌରାଞ୍ଚଳ ଶାନ୍ତବହାଳରେ ଥିବା ଜନୈକ ବ୍ୟକ୍ତିଙ୍କ ବାସ ଭବନରୁ ସାଢେ ଚାରି ଫୁଟ ଲମ୍ବର ଏକ ଗୋଖର ସାପ ଉଦ୍ଧାର ହୋଇଥିବା ସୂଚନା। ସୂଚନା ଅନୁଯାୟୀ ସ୍ଥାନୀୟ ସ୍ଵପ୍ନେଶ୍ୱର ମହାନ୍ତଙ୍କ ବାସଭବନର ପାହାଚ ତଳେ ଏକ ଗୋଖର ସାପ ରହିଥିବାର ଦେଖି ସ୍ଥାନୀୟ ଲୋକେ ବଡବିଲ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଫରେଷ୍ଟ ଗାର୍ଡ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ସାପକୁ ଉଦ୍ଧାର କରି ସ୍ଥାନୀୟ ଉଲିବୁରୁ ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦେଇଥିବା ଜଣା ପଡିଛି। ଏଠାରେ ସୂଚନା ଥାଉ କି ବର୍ଷା ଲାଗି ରହିଥିବାରୁ ଜଙ୍ଗଲ ବା ବୁଦା ମୂଳରୁ ସାପ ଗୁଡିକ ବାହାରି ନିକଟସ୍ଥ ଘର ଭିତରେ ପ୍ରବେଶ କରୁଛନ୍ତି। ଗତ ୨ ଦିନ ପୂର୍ବରୁ ବନ କର୍ମଚାରୀ ମାନେ ବଡବିଲ ଆଇଟିଆଇ କ୍ୟାମ୍ପସରୁ ସାଢେ ଚାରି ଫୁଟ ଲମ୍ବର ଏକ ରଣାସାପ ଉଦ୍ଧାର କରିଥିବା ବେଳେ ଇତି ମଧ୍ୟରେ ଅନେକ ଏପରି ଘଟଣା ଦେଖିବାକୁ ମିଳିଛି। ତେଣୁ ଘର ଆଖପାଖରେ ଥିବା ବୁଦା ଗୁଡିକ ପରିଷ୍କାର କରି ରଖିବାକୁ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସୂଚାଇ ଦିଆ ଯାଇଛି। କୌଣସି ବ୍ୟକ୍ତି କୌଣସି ପ୍ରକରର ସାପର ସନ୍ଧାନ ମିଳିଲେ ନିଜେ ସତର୍କ ରହିବା ସହ ବନବିଭାଗକୁ ଜଣାଇବାକୁ ଲୋକଙ୍କୁ ବନବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।

Leave a Reply

Your email address will not be published. Required fields are marked *