Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ନିଆଁ ଲାଗି ପୁଆଳ ଭାଡ଼ି ନଷ୍ଟ

ଜେ ବି ଏନ, ୨୭.୦୧.୨୦୨୧, (ରିପୋର୍ଟ, ୨୭/୦୧ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ସାନ୍ତରାପୁର ‘ଖ’ ପଞ୍ଚାୟତ ଗୋପିଗୋଠ ସାହିରେ ଥିବା ପୁଆଳ ଭାଡ଼ିରେ ନିଆଁ ଲାଗି ହଜାର ହଜାର ଟଙ୍କାର ପୁଆଳ ପୋଡି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୧୦.୩୦ ଘଟିକା ସମୟରେ ଗୋପିଗୋଠ ସାହିର କୁନା ମହାଳିକଙ୍କ ପୁଆଳ ଭାଡ଼ିରେ ହଠାତ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ହଜାର ହଜାର ଟଙ୍କାର ପୁଆଳ ନଷ୍ଟ ହୋଇଯାଇଛି। ହୁ ହୁ ହୋଇ ଜଳୁଥିବା ଦେଖି ଗାଁ ଲୋକମାନେ ଏକତ୍ରିତ ହୋଇ ନିଆଁ କୁ ଆୟତ୍ତ କରିଥିଲେ। ଯାହା ଫଳରେ ଏକ ବଡ଼ ଅଘଟଣରୁ ରକ୍ଷା ପାଇଯାଇଛନ୍ତି କୁନାଙ୍କ ପରିବାର।