Spread the love

ଆଜି ତା ୧୮.୧୦.୨୦୨୩ ରିଖ ପୂର୍ବାହ୍ଣ ୧୧ ଘଟିକା ସମୟରେ ସଦର ବ୍ଲକ ସ୍ଥିତ ଅଡିଟୋରିୟମ, ଢେଙ୍କନାଳ ଠାରେ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଶିବିରରେ ମୁଖ୍ୟ ଅତିଥ୍ ଭାବେ ମାନ୍ୟବର ମନ୍ତ୍ରୀ, ପୂର୍ତ୍ତ, ଖଣି ଓ ଇସ୍ପାତ, ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦାନ କରିଥିଲେ । ତତସହିତ ମାନ୍ୟବର ବିଧାୟକ, ସଦର ଶ୍ରୀଯୁକ୍ତ ସୁଧୀର କୁମାର ସାମଲ, ଶ୍ରୀମତୀ ଅର୍ଜନା ପୁହାଣ, ଜିଲ୍ଲା ପରିଷଦ ଅଧକ୍ଷା, ଢେଙ୍କାନାଳ, ଶ୍ରୀଯୁକ୍ତି ସରୋଜ କୁମାର ସେଠୀ, ଜିଲ୍ଲାପାଳ, ଢେଙ୍କାନାଳ, ଅଧକ୍ଷା, ପଞ୍ଚାୟତ ସମିତି, ଗୋନ୍ଦିଆ, ଶ୍ରୀମତୀ ରିନାରାଣୀ ଖଟୁଆ ଏବଂ ଅଧକ୍ଷା, ପଞ୍ଚାୟତ ସମିତି, ଢେଙ୍କାନାଳ ସଦର, ଶ୍ରୀମତୀ ରାଜଶ୍ରୀ ନାୟକ, ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଢେଙ୍କାନାଳ ଶ୍ରୀମତୀ ମୋନାଲିସା ନାୟକ ମଧ୍ୟ ଉପସ୍ଥିତ ଥିଲେ । ଶ୍ରୀ ସଂଗ୍ରାମ ଦଳାଇ, ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ, ଢେଙ୍କାନାଳ, ଉକ୍ତ ଶିବିରରେ ସ୍ବାଗତ ଭାଷଣ କରିଥିଲେ । ଶ୍ରୀମତୀ ମୋନାଲିସା ନାୟକ ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଢେଙ୍କାନାଳ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶ୍ରୀ ହଳଧର ବରାଳ ସହକାରୀ ଶ୍ରମ ଅଧିକାରୀ, ଢେଙ୍କାନାଳ ଧନ୍ୟବାଦ ପ୍ରସ୍ତାବ ରଖୁଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୩୬୪ ଜଣ ହିତାଧିକାରୀ ଙ୍କୁ ବିବାହ ସହାୟତା ରାଶି ୧,୮୦,୫୦,୦୦୦/- (ଏକ କୋଟି ଅଶି ଲକ୍ଷ ପଚାଶ ହଜାର) ଟଙ୍କi, ୮୨ ଜଣ ହିତାଧୂରୀ ଙ୍କୁ ମୃତ୍ୟୁ କାଳୀନ ସହାୟତା ରାଶି ୧,୬୧,୦୦,୦୦୦/- (ଏକ କୋଟି ଏକଷଠି ଲକ୍ଷ) ଟଙ୍କ।, ୭୧ ଜଣ ହିତାଧ୍ୟାକାରୀ ଙ୍କୁ ଅନ୍ବେଷ୍ଟି କ୍ରିୟା ଜନିତ ସହାୟତା ରାଶି ୩,୫୫,୦୦୦/- (ତିନି ଲକ୍ଷ ପଞ୍ଚାବନ ହଜାର) ଟଙ୍କ। ଏବଂ ୪୪ ଜଣ ହିତାଧିକାରୀ ଙ୍କୁ ଶିକ୍ଷା ସହାୟତା ରାଶି ୨,୯୨,୦୦୦/- (ଦୁଇ ଲକ୍ଷ ବୟାନବେ ହଜାର) ଟଙ୍କ। ମୋଟ ୫୬୧ ଜଣ ହିତାଧିକାରୀ ୩,୪୭,୯୭,୦୦୦/- (ତିନି କୋଟି ଷଡଚାଳିଶି ଲକ୍ଷ ସତାନବେ ହଜାର) ଟଙ୍କା, ହିତାଧିକାରୀଙ୍କ ଆକାଉଣ୍ଡ କୁ NEFT/RTGS ମାଧ୍ୟମରେ ପ୍ରଦାନ କରାଯିବ ଏବଂ ୪୭୫ ଜଣ ହିତାଧ୍ୟାକାରୀ ନିର୍ମାଣ ଶ୍ରମିକ ପରିଚୟ ପତ୍ର ଏବଂ ୭୫ ଜଣ ହିତାଧିକାରୀ ଙ୍କୁ ଓଡିଶା ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ଅଧୀନରେ ପରିଚୟ ପତ୍ର ପ୍ରଦାନ କରାଯାଇଅଛି ।

Leave a Reply

Your email address will not be published. Required fields are marked *