Spread the love

ମା କନକ ଦୁର୍ଗାଙ୍କ ପୀଠରେ ନବ ରାତ୍ରୀ ପୂଜାର ଚତୁର୍ଥ ଦିବସ ମହାଲକ୍ଷ୍ମୀ ଦେବୀ ବେଶ ପାଳିତ

 

ଢେଙ୍କାନାଳ ଜୁବୁଲି ଟାଉନ୍ ସ୍ଥିତ ମା କନକ ଦୁର୍ଗାଙ୍କ ପୀଠରେ ନବ ରାତ୍ରୀ ପୂଜା ମା’ଙ୍କର ପ୍ରତ୍ୟେକ ଦିନ ବିଭିନ୍ନ ବେଶ । ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ମା’ଙ୍କୁ ନବ ରାତ୍ରୀ ର ଚତୁର୍ଥ ଦିନରେ ମହାଲକ୍ଷ୍ମୀ ଦେବୀ ବେଶ କରାଯାଇଥିଲା। ବିଭିନ୍ନ ପ୍ରକାରର ଫୁଲ ହାର ରେ ମା’ଙ୍କୁ ସୁସଜ୍ଜିତ କରାଯାଇଥିଲା। ବିଭିନ୍ନ ଭୋଗ ଓ ପଣା ଭୋଗ ଲାଗି କରାଯାଇଥିଲା। ମଧ୍ୟାହ୍ନ ରେ ଅନ୍ନ ଧୂପ ଯଜ୍ଞ ସହ ଅଖଣ୍ଡ ଦୀପ ସ୍ଥାପନ କରାଯାଇ ଥିଲା। ମା’ଙ୍କୁ ଷୋଡ଼ଶ ଉପଚାର ରେ ପୂଜା, ଚଣ୍ଡୀ ପାଠ, ସପ୍ତଚଣ୍ଡୀ ଆହୁତି କରାଯାଇ ଥିଲା। ସନ୍ଧ୍ୟା ରେ ଆଳତି ଓ ରାତ୍ରୀରେ ବଡ଼ସିଂହାର ଭୋଗ ଲାଗି କରାଯିବ। ରାତିରେ ପହଡ ପଡ଼ିବ। ପଣ୍ଡିତମାନଙ୍କ ଦ୍ବାରା ପୂଜାର୍ଚ୍ଚନା କରାଯାଇଥିଲା।

Leave a Reply

Your email address will not be published. Required fields are marked *