Spread the love

*ନୁୂଆଁଖାଇରେ ଡାକ୍ତରଖାନା ପରିସରରେ ସ୍ଵେଚ୍ଛାସେବୀଙ୍କ ରନ୍ଧା ଖାଦ୍ୟ ବଣ୍ଟନ*

ବରଗଡ:୨୮/୮(ପବିତ୍ର ମେହେର)::ମହାନ କୃଷିଭିତିକ ଗଣପର୍ବ ଉଧେ ଆଜି ମାଁ ଟଙ୍କାକିଆ ଜଳଖିଆ ଅନୁଷ୍ଠାନ, ସଂଯୁକ୍ତ କୃଷକ ସଂଗଠନ ଏବଂ କୋଶଲ ସେନ ତରଫରୁ ଜିଲ୍ଲା ହସ୍ପିଟାଲ ଖେଦାପାଲି ଠାରେ ରୋଗୀ ଏବଂ ରୋଗୀ ପରିଜନମାନଙ୍କୁ ନୁଆଁଖାଇ ଦିନରେ ପ୍ରାୟ ୩୦୦ରୁ ୪୦୦ଜଣଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରିଛନ୍ତି। ନୂଆଁଖାଇ ଦିନରେ ସମସ୍ତ ହୋଟେଲ ଦୋକାନ ବନ୍ଦ ରହୁଥିବା ବେଳେ ରୋଗୀ ପରିଜନ ମାନେ ନାହିଁ ନ ଥିବା ଅବସ୍ଥା ଭୋଗିବାକୁ ପଡିଥାଏ। ସେଥିପାଇଁ ନୁୂଆଁଖାଇ ପର୍ବର ମହାନୀୟତା ବିଶ୍ୱ ବ୍ରହ୍ମାଣ୍ଡରେ କୌଣସି ପ୍ରାଣୀ ଭୋକ ଉପାସରେ ନ ରହୁ ବୋଲି ଇଷ୍ଟଦେବୀ ମାନଙ୍କୁ ପ୍ରାର୍ଥନା କରାଯାଏ କିନ୍ତୁ ଆଜି ଭଳି ପବିତ୍ର ଦିନରେ ଯେମିତି ହସ୍ପିଟାଲର ରୋଗୀ ପରିଜନ ଭୋକ ଉପାସରେ ନ ରହିବେ ସେଥିପ୍ରତି ଧ୍ୟାନ ଦେଇ ଗତ ଦୁଇବର୍ଷ ହେଲା ହସ୍ପିଟାଲରେ ନୂଆଁଖାଇ ଦିନ ରନ୍ଧା ଖାଦ୍ୟ ବଣ୍ଟନ କରୁଛନ୍ତି। ହସ୍ପିଟାଲ ଅନ୍ତେଵାସୀ ମାନେ ନୁଆଁଖାଇ ପ୍ରସାଦ ଏବଂ ରନ୍ଧା ଖାଦ୍ୟ ପାଇ ଆନନ୍ଦର ସହ ଭୋଜନ କରିଥିଲେ। ଏହି ମହାନ କାର୍ଯ୍ୟକ୍ରମକୁ ଉମେଶ ପଧାନ, ଉତ୍ପନ୍ନ ଭୋଇ, ସୁଦାମ ପାତ୍ର, ବୀରବଳ ମହାକୁଡ଼, ସୁରେଶ ନିକେଣ୍ଟି, ରମେଶ ମହାପାତ୍ର, ଅଭିନାଶ ବାଗ, ମାନସ ଭାଇ, ଧ୍ରୁବ ପଧାନ, ମଣ୍ଟୁ ପଧାନ ସମ୍ପାଦନ କରିଥିଲେ।

Leave a Reply

Your email address will not be published. Required fields are marked *