Spread the love

ନୁଆଦିଲ୍ଲୀ: ଆମେରିକା ଓ ଇସ୍ରାଏଲ ପକ୍ଷରୁ ମିଳିତଭାବେ ଇରାନ ବିରୋଧରେ ଯୁଦ୍ଧ ଘୋଷଣା କରାଯାଇଥିବାରୁ ଦେଶରେ ତୈଳ ଓ ଗ୍ୟାସ ସଙ୍କଟ ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ଏହି ପରିପ୍ରେକ୍ଷୀରେ ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଡକାଯାଇଛି। ଅର୍ଥାତ୍‌ ବୁଧବାର ସନ୍ଧ୍ୟା ୫ଟାରେ ସଂସଦ ଭବନ ପରିିସରରେ ଏହି ବୈଠକ ଆୟୋଜିତ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଲୋକସଭାରେ ଭାଷଣ ଦେବା ଅବସରରେ ଦେଶର ତୈଳ/ଗ୍ୟାସ୍‌ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ। ବର୍ତ୍ତମାନ ଦେଶରେ ୫୩ ଲକ୍ଷ ମେଟ୍ରିକ ଟନ ପେଟ୍ରୋଲିୟମ ସାମଗ୍ରୀ ଗଚ୍ଛିତ ରହିଛି ଏବଂ ଏଥିପାଇଁ ବ୍ୟତିବ୍ୟସ୍ତ ନ ହେବାକୁ ମୋଦୀ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।

ଯୁଦ୍ଧ ସମାପ୍ତ କରିିବାକୁ ସରକାରଙ୍କ ପକ୍ଷରୁ ଏକାଧିକ ରାାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା କରାଯାଇଥିବା ମୋଦୀ କହିଥିଲେ। ତେବେ ମୋଦୀଙ୍କ ବିବୃତିକୁ ଅଧିକାଂଶ ବିରୋଧୀ ଦଳ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଇସ୍ରାଏଲ ଗସ୍ତରୁ ଫେରିବାର ମାତ୍ର ଦୁଇଦିନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ଏବଂ ଯୁଦ୍ଧର ପ୍ରାରମ୍ଭିକ ପର୍ଯ୍ୟାୟରେ ମୋଦୀ କୌଣସି ବିବୃତି ନ ରଖିବା ପ୍ରସଙ୍ଗକୁ ବିରୋଧୀ ନାପସନ୍ଦ କରିଛନ୍ତି।

Leave a Reply

Your email address will not be published. Required fields are marked *