Spread the love

ନୂତନ ଅନୁଦା ପ୍ରାପ୍ତ ଅବସର ଗ୍ରହଣ କରିଥିବା ଶିକ୍ଷକ, କର୍ମଚାରୀ ଏବଂ କାର୍ଯ୍ୟରତ ଶିକ୍ଷକ, କର୍ମଚାରୀଙ୍କର ମିଳିତ ଅଧିବେଶନ

ଢେଙ୍କାନାଳ, ୨୪/୯: ଅନ୍ୟ ୧୧ ଘଟିକା ସମୟରେ ସ୍ଥାନୀୟ ବଳରାମ ମନ୍ଦିର ପରିସର ଲକ୍ଷ୍ମୀମନ୍ଦିର ଠାରେ ନୂତନ ଅନୁଦାନ ପ୍ରାପ୍ତ ଅବସର ଗ୍ରହଣ କରିଥିବା ଶିକ୍ଷକ, କର୍ମଚାରୀ ଏବଂ କାର୍ଯ୍ୟକର୍ତା ଶିକ୍ଷକ, କର୍ମଚାରୀଙ୍କର ଏକ ଜରୁରୀ ଅଧିବେଶନ ସଭାପତି ଅମରେନ୍ଦ୍ର ନାଥ ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ଚଳିତ ବିଧାନସଭା ଅଧିବେଶନରେ ଭୁବନେଶ୍ୱର, ଗାନ୍ଧୀ ମାର୍ଗରେ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀମାନେ ସେମାନଙ୍କର ବହୁ ବର୍ଷର ଦାବୀ ଚାକେରୀ ସର୍ତାବଳୀ ସହ ପେନ୍‌ସନ୍‌ ପ୍ରଦାନ ନିର୍ମିତ, ଗଣ ଧାରଣା, ଅମରଣ ଅନଶନ କରିବାକୁ ଚରମ ନିଷ୍ପତି ନେଇଛନ୍ତି । ବୈଠକରେ ଶିକ୍ଷକ ନେତା ସଂଜୟ କୁମାର ହୋତା, ଯୁଗଳ କିଶୋର ପାଣି, ମଧୁ ସୂଦନ ରାଉତ, ଅଶେଷ କୁମାର ମହାପାତ୍ର, ବିନୋଦ କୁମାର ସାହୁ, ବିଜୟ କୁମାର ସାମଲ, ବିଜୟ କେତନ ନାୟକ ରାଜ୍ୟ ସରକାରଙ୍କର ବିପର୍ଯ୍ୟ ଶିକ୍ଷା ବ୍ୟବସ୍ଥା ସହ ଶିକ୍ଷକଙ୍କର ଦାବୀପତ୍ର କର୍ଣ୍ଣପାତ ନକରି କାଳ କ୍ଷେପଣ ନୀତିର ସମାଲୋଚନା କରିଥିଲେ । ପରିଶେଷରେ ଅଜୟ କୁମାର ଦାଶ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

Leave a Reply

Your email address will not be published. Required fields are marked *