Spread the love

ଗଣେଶ ପୂଜାରେ ହାତୀ ମଣିଷ ଲଢେଇ ଉପରେ ସଚେତନତା

ଢେଙ୍କାନାଳ, ୨୪।୯: ଚଳିତ ବର୍ଷ ଶ୍ରୀ ଶ୍ରୀ ଗଣେଶ ପୂଜା ପ୍ରତିଷ୍ଠାନ ରାଧାକୃଷ୍ଣ ବଜାର ପୂଜୋତ୍ସବକୁ କେବଳ ପୂଜା ଏବଂ ଭାସାଣି ଉତ୍ସବରେ ସିମିତ ନରହି ହାତୀ ମଣିଷ ଲଢେଇରେ ଓଡିଶା ଏବଂ ଢେଙ୍କାନାଳ ଜିଲ୍ଲାରେ ହେଉଥିବା ଉଭୟ ହାତୀ ମୃତ୍ୟୁ ଏବଂ ମଣିଷ ମୃତ୍ୟୁ ସଂଖ୍ୟାକୁ ହ୍ରାସ ଦିଗରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ବିଗତ ଦଶ ବର୍ଷରେ ରାଜ୍ୟରେ ୭୮୪ ହାତୀ ମୃତ୍ୟୁ ହୋଇଥିବାବେଳେ ମଣିଷଙ୍କ ମୃତ୍ୟୁ ୯୨୫ ରେ ପହଁଚିବା ହେତୁ ସଭାପତି ବିଶ୍ବ ରଞ୍ଜନ ଓଝା ଏବଂ ସମସ୍ତ କମିଟି ସଦସ୍ୟ ମଖ୍ୟତଃ ଇଲେକ୍ଟ୍ରିସିଟିରେ ହାତୀ ମୃତ୍ୟୁ ସଂଖ୍ୟା ହ୍ରାସ ନିମନ୍ତେ ସୋଲାର କରଂଟ୍ ବ୍ୟବହାର ଦିଗରେ ସଚେତନ କରାଇଛନ୍ତି । ଜଙ୍ଗଲ ଜମିକୁ ସୁରକ୍ଷା କଲେ ଉଭୟ ହାତୀ ଏବଂ ମଣିଷ ମୃତ୍ୟୁ ହାରକୁ ହ୍ରାସ କରାଯାଇପାରିବ ଏବଂ ଏହା କେବଳ ଓଡିଶା, ଭାରତରେ ନୁହେଁ ସାରା ବିଶ୍ବରେ ପରିବେଶ ସନ୍ତୁଳନ ଦିଗରେ ସହାୟକ ହୋଇପାରିବା ନେଇ ସଭାପତି ବିଶ୍ବ ରଞ୍ଜନ ଓଝା ସଚେତନ କାର୍ଯ୍ୟକ୍ରମ ଦ୍ବାର। ଏକ ଛୋଟ ପ୍ରୟାସ କରାଯାଇଛି । ଢେଙ୍କାନାଳ ଜିଲ୍ଲାରେ ହାତୀ ସହିତ ସେଲ୍‌ଫି ନେବା ନେଇ ବନ ବିଭାଗ କର୍ମଚାରୀଙ୍କ ସହିତ ଦୁଃବ୍ୟବହାରକୁ ରୋକିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *