Spread the love

( ନ୍ୟାୟପାଇଁ ହରିଜନ ପରିବାର ନେଲେ ଆଇନିର ଆଶ୍ରୟ )

ଜଗତସିଂହପୁର
ତା =26/6/23
ଜଗତସିଂହପୁର ବ୍ଲକ ପିତେଇପୁର ପଞ୍ଚାୟତ ରେ ଚାଲିଛି ବ୍ୟାପକ ଅରାଜକତା |ଏହି ପଞ୍ଚାୟତ ର ଭରତ ଭୋଇ ଙ୍କ ନିଜସ୍ୱ ଜମି ଉପରେ ବେଆଇନ ଭାବେ ନରେଗା ଯୋଜନା ରେ ଠିକାଦାର ମେସିନ ସହାୟତା ରେ ରାସ୍ତା ନିର୍ମାଣ କରୁଛନ୍ତି |ଏଥିନେଇ ବ୍ୟାପକ ଅସନ୍ତୋଷ ଦେଖାଦେଇଛି |ନ୍ୟାୟ ପାଇବା ପାଇଁ ହରିଜନ ପରିବାର ନ୍ୟାୟଳୟ ର ଆଶ୍ରୟ ନେଇଛନ୍ତି | ଖବର ନେବାରେ ଜଣାଯାଇଛି ପିତେଇପୁର ପଞ୍ଚାୟତ କାଁପୁର ଦିଗି ପୋଲ ଠାରୁ ହରିଜନ ପଡା ପର୍ଯ୍ୟନ୍ତ ରାସ୍ତା ନରେଗା ଯୋଜନାରେ ଚଞ୍ଚକତା କରି ମେସିନ ସହାୟତା ରେ ନିର୍ମାଣ ଚାଲିଛି | ଏଥି ନିମନ୍ତେ ସୂଚନା ଫଳକ ନିର୍ମାଣ କରାଯାଇନାହିଁ | ରାତାରାତି ମୁଣ୍ଡ ବଦଳରେ ଶୁଣ୍ଢ ରେ ସମସ୍ତ କାର୍ଯ୍ୟ ସମାପ୍ତ କରାଯାଇଛି | GRS ଉଦେଶ୍ୟ ମୂଳକ ଭାବେ ଭରତ ଭୋଇ ଙ୍କ ନିଜସ୍ୱ ଜମି ବାର ଡିସମିଳ ଉପରେ ବେଆଇନି ଭାବେ ରାସ୍ତା ନିର୍ମାଣ କରୁଥିବାରୁ ଭରତ ଭୋଇ ଙ୍କ ଦୁଇ ପୁଅ ସୁବାଷ ଭୋଇ ଏବଂ ଶରତ ଭୋଇ ନ୍ୟାୟ ପାଇବା ନିମନ୍ତେ ଜ଼ିଲ୍ଲାପାଳ, ତହସିଲଦାର, ବିଡ଼ିଓ, ନିର୍ବାହୀ ଯନ୍ତ୍ରୀ ଙ୍କୁ ଓକିଲ ନୋଟିସ ଜାରି କରିଛନ୍ତି |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *