Spread the love

ଵଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଦେହାନ୍ତ ହୋଇଛି। ସେ ୮୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଧର୍ମେନ୍ଦ୍ର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ପରେ ତାଙ୍କୁ ଡିସଚାର୍ଜ କରାଯାଇ ଘରକୁ ଅଣାଯାଇଥିଲା। ଧର୍ମେନ୍ଦ୍ରଙ୍କ ଶେଷକୃତ୍ୟ ମୁମ୍ବାଇର ଭିଲେ ପାର୍ଲେ ଶ୍ମଶାନରେ କରାଯାଇଥିଲା।

ତାଙ୍କ ବଡ଼ ପୁଅ ସନି ଦେଓଲ ଅନ୍ତିମ ସଂସ୍କାର କରିଥିଲେ। ତାଙ୍କ ସମଗ୍ର ପରିବାର ଏଥିରେ ଯୋଗ ଦେଇଥିଲେ। ଧର୍ମେନ୍ଦ୍ରଙ୍କ ଦ୍ୱିତୀୟ ପତ୍ନୀ ହେମା ମାଳିନୀ ମଧ୍ୟ ଧଳା ପୋଷାକ ପିନ୍ଧି ପହଞ୍ଚିଥିଲେ।ଧର୍ମେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଶ୍ମଶାନରେ ଅନେକ ସେଲିବ୍ରିଟି ପହଞ୍ଚିଲେ। ଅମିର ଖାନ, ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ ଏବଂ ଅନେକ ଅଭିନେତା ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ପହଞ୍ଚିଲେ।ଧର୍ମେନ୍ଦ୍ରଙ୍କ କ୍ୟାରିଅର ହିନ୍ଦୀ ସିନେମାରେ ପ୍ରାୟ ଛଅ ଦଶନ୍ଧି ବ୍ୟାପିଥିଲା। ସେ ବଲିଉଡର ‘ହି-ମ୍ୟାନ’ ଭାବରେ ଜଣାଶୁଣା ଥିଲେ। ସେ ୧୯୬୦ ମସିହାରେ ‘ଦିଲ ଭି ତେରା ହମ ଭି ତେରେ’ ଫିଲ୍ମ ସହିତ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ଏହା ପରେ ସେ ‘ଶୋଲା ଅର ଶବନମ’, ‘ପୂଜା କେ ଫୁଲ’, ‘ହକିକତ୍‌’, ‘ଅନୁପମା’, ‘ଖାମୋସି’, ଶୋଲେ।ତାଙ୍କର ଉଲ୍ଲେଖନୀୟ ଅଭିନୟ ପାଇଁ ଧର୍ମେନ୍ଦ୍ରଙ୍କୁ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୨୦୧୨ରେ ତାଙ୍କୁ ଭାରତ ସରକାରଙ୍କ ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା। ସେ ଅନେକ ଫିଲ୍ମଫେୟାର ପୁରସ୍କାର ମଧ୍ୟ ଜିତିଥିଲେ।

Leave a Reply

Your email address will not be published. Required fields are marked *