Spread the love

ପରିବର୍ତ୍ତନର ପ୍ରେରଣା ହେଉ ଜାତୀୟ ବାଳିକା ଦିବସ


ବରଗଡ:୨୭/୧(ପବିତ୍ର ମେହେର) : ବରଗଡ ଜିଲ୍ଲା ଅତାବିରା ସ୍ଥିତ ହୋଲି ହାର୍ଟ ପବ୍ଲିକ୍ ସ୍କୁଲରେ ଜାତୀୟ କନ୍ୟା ଶିଶୁ ଦିବସ ଉତ୍ସବ ପାଳିତ ହୋଇଯାଇଛି । ସ୍କୁଲ୍ ର ଅଧ୍ୟକ୍ଷ ରବିନ୍ଦ୍ର ପୂଜାରୀ ଙ୍କ ଅଧ୍ୟକ୍ଷତା ରେ ତଥା ନିର୍ଦ୍ଦେଶକ ସମିତ ପ୍ରଧାନ ଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଶିକ୍ଷୟିତ୍ରୀ, କବୟିତ୍ରୀ ତଥା ସମାଜସେବୀ ଅନୁସୂୟା ଦେବତା ଯୋଗ ଦେଇ ବାଳିକା ଦିବସର ର ଉଦ୍ଦେଶ୍ୟ ଓ ତାର ଯଥାର୍ଥତା ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ସମଗ୍ର ବିଶ୍ୱରେ ଝିଅମାନେ ସାମନା କରୁଥିବା ଲିଙ୍ଗଗତ ଭେଦଭାବ କୁ ନେଇ ସଚେତନତା ବୃଦ୍ଧି, ଶିକ୍ଷା, ସ୍ଵାସ୍ଥ୍ୟ ଓ ପୁଷ୍ଟି ଅଧିକାର, ଆଇନ ଅଧିକାର, ପାରିବାରିକ ହିଂସା, କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ଏବଂ ଅପରିପକ୍ୱ ବୟସରେ ବିବାହ ଭଳି ଅସମାନତା ବିରୁଦ୍ଧରେ ଏକ ସଚେତନତା ଦିବସ ହେଲା ଜାତୀୟ ବାଳିକା ବା ଶିଶୁକନ୍ୟା ଦିବସ।କିଛି ଅନ୍ଧ ମାନସିକତା ଆଜି ପର୍ଯ୍ୟନ୍ତ ଆମର ପୁରୁଷ ପ୍ରଧାନ ସମାଜରେ ବଳବତ୍ତର ରହିଛି। ଯାହାର ପରିଣାମ ସ୍ୱରୂପ ପୁଅମାନଙ୍କ ତୁଳନାରେ ଝିଅମାନଙ୍କ ଅନୁପାତ ଧୀରେ ଧୀରେ କମିବାରେ ଲାଗିଛି।
ତେଣୁ ସମସ୍ତଙ୍କୁ ଏଥି ପ୍ରତି ସଚେତନ ହେବା ଦରକାର ।ବିଶେଷ କରି ବାଳିକା ମାନଙ୍କୁ ।ଯେପରି ସେମାନେ ନିଜ ଅଧିକାର ,ନିଜ ସୁରକ୍ଷା କୁ ନେଇ ସ୍ୱର ଉତ୍ତୋଳନ କରିପାରିବେ । ଏହି ଉତ୍ସବରେ ଶିକ୍ଷୟତ୍ରୀ ସ୍ମୃତି ଦାଶ ଙ୍କ ନିର୍ଦ୍ଦେଶନା ରେ ଚତୁର୍ଥ ଶ୍ରେଣୀର ଛାତ୍ରୀ
ମାନେ ନାରୀ ସୁରକ୍ଷା ଉପରେ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ । ନିର୍ଦ୍ଦେଶିକ୍ଷା ଜୁଲି ପ୍ରଧାନ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶିକ୍ଷୟିତ୍ରୀ ନମିତା ପ୍ରଧାନ, ଓ ରେଶ୍ମା ପଧାନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ପ୍ରି ନର୍ସରୀ କ୍ଲାସ ର ଛାତ୍ରୀ ଅର୍ଣ୍ଣିକା ପ୍ରଧାନ ଓ କ୍ଷାତିକା ମାଝୀ ଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ମୁକୁଟ ପିନ୍ଧାଯାଇ ଶିଶୁକନ୍ୟା ମାନଙ୍କ ସମ୍ମାନ ବୃଦ୍ଧି କରାଯାଇଥିଲା ।କୁନି କୁନି ଛାତ୍ର ଛାତ୍ରୀ ମାନେ ଭାରତର ମହିୟସୀ ମହିଳା ସାବିତ୍ରୀ ବାଇ ଫୁଲେ, ରାଣୀ ଲକ୍ଷ୍ମୀ ବାଇ,ମଦର୍ ଟେରେସା, ପାର୍ବତୀ ଗିରି, ଶକୁନ୍ତଳା, ମୀରା ବାଇ,ସରୋଜିନୀ ନାଇଡୁ ଆଦି ବେଶରେ ସଜ୍ଜିତ ହୋଇ ସେମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ବନ୍ ପ୍ରଦାନ କରିବା ସହ ସମସ୍ତଙ୍କ ମାନସ ପଟରେ ରେ ପୁଣି ଥରେ ତାଙ୍କର ପ୍ରତିଭାର ,ତ୍ୟାଗ ର ,ସେବାର , ସଂଗ୍ରାମ ର ମହାନତା ର ଗରିମା ର ପରିଚୟ କୁ ସ୍ମରଣ କରାଇଥିଲେ। ଶେଷରେ ଶିକ୍ଷୟିତ୍ରୀ ଶାଶ୍ଵତୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *