Spread the love

ପଲ୍ଲିଶ୍ରୀ ମେଳା ଓ ସାଂସ୍କୃତିକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

ଢେଙ୍କାନାଳ: ଆରମ୍ଭରୁ ଦୁଲୁକିଲା ମଞ୍ଚ । ମାଷ୍ଟର…ଲଭ ମାଷ୍ଟରରୁ ଧୁମ୍ ନଚେଇଲେ ଓଡ଼ିଆ ସୀନେ ତାରକା ପୁନମ୍ । ମଞ୍ଚ ତଳୁ ପୁନମ୍ ଓ୍ବାନ୍ସ ମୋର ସୁଭିବାରୁ, ପୁଣି ପୁନମ ଗୁଆ ଘିଅ…ଗୁଆ ଘିଅ… ଗୀତରେ ନଚେଇଲେ । ଗୁଆ ଘିଅ ଝୁଙ୍କରେ ଆଜିର ଦ୍ବିତୀୟ ସନ୍ଧ୍ୟା ଝୁମି ଉଠିଥିଲା ।
ହକି ବିଶ୍ବକପ୍ ପାଇଁ ମିନିଷ୍ଟାଡିୟମଠାରେ ଆୟୋଜିତ ପଲ୍ଲିଶ୍ରୀ ମେଳା ଓ ସାଂସ୍କୃତିକ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାକୁ ଲୋକେ ବେଶ୍ ଉପଭୋଗ କରିଛନ୍ତି । ଆଜିର ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର ଯୋଗଦେଇ ହକି ପାଇଁ ଓଡ଼ିଶା ବିଶ୍ବ ଦରବାରରେ ଗର୍ବିତ ହୋଇଛି ବୋଲି କହିଥିଲେ । ସେ ଆହୁରି କହିଥିଲେ, କେବଳ ହକି ନାହେଁ, ପିଡିଏସ୍ ଚାଉଳ ଯୋଗାଣ, ମହିଳା ସଶକ୍ତିକରଣ ଓ ୨୪ ଘଣ୍ଟିଆ ପାଣି ଯୋଗାଣ ପୁରୀରୁ ଆରମ୍ଭ ହୋଇ ଓଡ଼ିଶା ଉଦାହରଣ ସୃଷ୍ଟି କରିଛି । ଆଗକୁ ସବୁକ୍ଷେତ୍ରରେ ଓଡ଼ିଶା ଉଦାହରଣ ସୃଷ୍ଟି କରିବ । ତେଣୁ ଓଡ଼ିଶା ତଥା ନିଜ ମାଟିକୁ ନେଇ ଗର୍ବ କଲେ ମାଟିର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ବୋଲି କହିଥିଲେ। ଅନ୍ୟତମ ଅତିଥିଭାବେ ଏସପି ଜ୍ଞାନରଞ୍ଜନ ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଶୋକ କୁମାର ଦାଶ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଉଦୟ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାପାଳ ସରୋଜ କୁମାର ସେଠୀ ଅଧ୍ୟକ୍ଷତା କରିବା ସହ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏହି ଅବସରରେ କଳା, ସଂସ୍କୃତି କ୍ଷେତ୍ରରେ ୨୮ ଜଣଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଶେଷରେ ଜିଲ୍ଲାପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ସରୋଜ ଦତ୍ତ ଧନ୍ୟବାଦ ଦେଇଥିଲେ । 
ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥିଲା । ପୁନମ ବେଶ୍ କିଛି ସମୟ ପାଇଁ ରୋମାଣ୍ଟିକ ଓ ଡ୍ୟାନ୍ସମାର୍କା ଗୀତରେ ନଚେଇଥିଲେ । ଏହାପରକୁ ମାହାର ନୃତ୍ୟ, ଓଡିଶୀ ନୃତ୍ୟରେ ମଞ୍ଚ ଗୁଞ୍ଜରିତ ହୋଇଉଠିଲା । ଆସିକାର ସିଂଘମ୍ ଡ୍ୟାନ୍ସ ଗୃପର ବାର ମାସରେ ତେର ଯାତ ନୃତ୍ୟରେ ଓଡିଶାର କଳା ସଂସ୍କୃତି ଅତି ନିଖୁଣ ଭାବେ ଫୁଟି ଈଠିଥିଲା । ଲୋକେ ଶୀତ ଓ ସୁଲୁସୁଲୁଆ ପବନରେ ବସି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

Leave a Reply

Your email address will not be published. Required fields are marked *