Spread the love

ପାନୀୟ ଜଳ ସମସ୍ୟା କୁ ନେଇ ଡଙ୍ଗାଯୋର ଠାରେ ଗଛ ପକାଇ ରାସ୍ତାରୋକ – ସହକାରୀ ଯନ୍ତ୍ରୀଙ୍କ ପ୍ରତିଶୃତି ପରେ ହଟିଲା ରାସ୍ତାରୋକ ।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ୍ । ସରକାର ଘରକୁ ଘର ପାନୀୟ ଜଳ ପହଞ୍ଚାଇବାକୁ କୋଟି କୋଟି ଟଙ୍କା ଖର୍ଚ କରି ଜଳ ଯୋଗାଣ ପ୍ରକଳ୍ପ କରୁଛନ୍ତି ସତ l ମାତ୍ର ପ୍ରଶାସନିକ ଅବହେଳା ଯୋଗୁଁ ଉପାନ୍ତ ଅଞ୍ଚଳ ଗୁଡ଼ିକରେ ଏବେ ମଧ୍ୟ ପାନୀୟ ଜଳ ପାଇଁ ନାହିଁ ନ’ଥିବା ସମସ୍ୟା ଭୋଗୁଛନ୍ତି ଗାଁ ଲୋକେ l ଜଳ କଷ୍ଟ ସହିନ ପାରି ଆଜି ବିଶ୍ୱନାଥପୁର ଠାରୁ ବିଜେପୁର ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଗଛ ପକାଇ ରାସ୍ତାରୋକ କରିଥିବା ଚିତ୍ର ସାମ୍ନାକୁ ଆସିଛି l ବାଲ୍ଟି ହାଣ୍ଡି ରଖି ରାସ୍ତା ରୋକ କରିଛନ୍ତି ଲାଞ୍ଜିଗଡ଼ ବ୍ଲକ ବନ୍ଧପାରି ପଞ୍ଚାୟତ ଅଧିନସ୍ତ ଡଙ୍ଗାଜୋର ଛକ ଜନସାଧାରଣ lସୁଚନା ଅନୁସାରେ ଗ୍ରାମରେ ବସବାସ ୮ ରୁ ଦଶ ବର୍ଷ ହେଉଥିବା ବେଳେ ପାନୀୟଜଳର ସମସ୍ୟା ନେଇଁ ସରପଞ୍ଚଙ୍କଠୁ ଆରମ୍ଭ କରି ବିଡ଼ିଓଙ୍କ ପର୍ଯ୍ୟନ୍ତ ଗୁହାରି କରି ପଞ୍ଚାୟତରୁ ବ୍ଲକ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହେଲା ପରେ ଆଜି ରାସ୍ତା ରୋକ କରିଥିବା ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି ଗାଁ ଲୋକେ l ଏନେଇ କୌଣସି ମତେ ଖବର ପାଇ ଲାଞ୍ଜିଗଡ଼ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ଦଶମନ୍ତ ମାଝୀ ଘଟଣା ସ୍ଥଳକୁ ପହଞ୍ଚି ସମସ୍ୟା ଉପରେ ଆଲୋଚନା କରିଥିଲେ ଓ ଆସନ୍ତା ତା.୦୨/୦୫/୨୦୨୩ ରିଖ ମଙ୍ଗଳବାର ଦିନ ବା ଏହି ୫ ଦିନ ଭିତରେ ଏକ ନଳକୂପ ଖନନ କରିବାପାଇଁ ଲିଖିତ ପ୍ରତିଶୃତି ପରେ ରାସ୍ତାରୁ ହଟିଥିଲେ ଡଙ୍ଗାଜୋର ଛକ ପଡ଼ାର ଲୋକେ l କିନ୍ତୁ ଆମ କେମେରା ଆଗରେ କିଛି କହିବାକୁ ମନା କରିଦେଇ ଥିଲେ ଯନ୍ତ୍ରୀ ମହାଶୟ l ତେବେ ଜଳଯୋଗାଣ ବିଭାଗର ଯନ୍ତ୍ରୀ ଦଶମନ୍ତ ମାଝୀଙ୍କ ପ୍ରତିଶୃତି କେତେ ଦୂର କାର୍ଯ୍ୟକାରୀ ହେଉଛି ନା ପ୍ରତିଶୃତି ପ୍ରତିଶୃତିରେ ରହୁଛି ତାହା ଦେଖିବାକୁ ବାକି ରହିଲା।

କଳାହାଣ୍ଡିରୁ ବି ତ୍ରିପତି ପାତ୍ର ଜାଗ୍ରତ ଭାରତ ନିଉଜ।

Leave a Reply

Your email address will not be published. Required fields are marked *