Spread the love

ପିବିକେ ହାଇସ୍କୁଲ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ବଅଁରପାଳ,୩o.୮-ସ୍ଥାନୀୟ ପାଞ୍ଚଗଡ଼ ବିଜୟ କୁମାର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ମୋ ସ୍କୁଲ ଅଭିଯାନ ପାର୍କରେ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ବିଜୟ କୁମାର ସିଂହଙ୍କ ଆବକ୍ଷ ଅବୟବ ପ୍ରତିମୂର୍ତ୍ତିର ଉନ୍ମୋଚନ ହୋଇଯାଇଛି l ମୁଖ୍ୟଅତିଥି ଭାବେ ଉପବାଚସ୍ପତି ତଥା ବିଧାୟକ ରଜନୀକାନ୍ତ ସିଂହ ଯୋଗଦେଇ ପ୍ରତିମୂର୍ତ୍ତିର ଅନାବରଣ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ସମ୍ମାନୀତ ଅତିଥି ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ଥାନା ଅଧିକାରିଣୀ ନିରୁପମା ଜେନା, ପୁରାତନ ଛାତ୍ର ସଂସଦ ସଭାପତି ସତ୍ୟବାନ ବରାହ, ବରିଷ୍ଠ ଶିକ୍ଷାବିତ କୁମୁଦ ବିହାରୀ ସିଂହ, ବିଦ୍ୟାଳୟ କମିଟି ସଭାପତି ଅଭୟ କୁମାର ସେନାପତି, ପ୍ରଧାନ ଶିକ୍ଷୟତ୍ରୀ ଅନୀତା ବେହେରା, ବିଇଓ ଜିତେନ୍ଦ୍ର କୁମାର ମିଶ୍ର ଙ୍କ ସମେତ ଯୁବନେତା ଅରୁଣାଭ ସିଂହ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିର୍ମଳ କୁମାର ଗଡ଼ନାୟକ, ବିଜେଡି ଜିଲ୍ଲା ଉପସଭାପତି ବାଉରୀବନ୍ଧୁ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଗୋପାଳ ଚନ୍ଦ୍ର ନାଏକ, ପୂର୍ବତନ ପ୍ରଧାନ ଶିକ୍ଷକ ଅର୍ଜୁନ ସାହୁ, କ୍ଷୀରୋଦ ପ୍ରଧାନ, ସରପଞ୍ଚ ମଣ୍ଟୁ ବରାହ, ଅନସୂୟା ଗଡ଼ନାୟକ, ନକୁଳ ସାହୁ, ସମିତି ସଭ୍ୟ ଜେମା ଭୋଇ ଓ ବହୁ ପୁରାତନ ଛାତ୍ର ଉପସ୍ଥିତ ରହି ସମ୍ମାନୀତ କରିଥିଲେ l ପରେ ମୋ ସ୍କୁଲ ଅଭିଯାନ ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ l ସୂଚନାଯୋଗ୍ୟ ସ୍ୱର୍ଗତ ବିଜୟ କୁମାର ସିଂହ ଅନୁଗୋଳର ପୁର୍ବତନ ବିଧାୟକ ତଥା ମନ୍ତ୍ରୀ ସ୍ବର୍ଗତ ଆଦ୍ୱେତ ପ୍ରସାଦ ସିଂହଙ୍କ ପିତା ଓ ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଜେଜେବାପା ଅଟନ୍ତି l

Leave a Reply

Your email address will not be published. Required fields are marked *