Spread the love

ପିଲାଏ ପଢ଼ିବେ ପିଲାଏ ବଢ଼ିବେ ନାରା କାହା ପାଇଁ, ଶିକ୍ଷା ବ୍ୟବସ୍ଥାର ଉଡ଼ୁଛି ଧଜ୍ଜିଆ, ଅନନ୍ତ ଶଯ୍ୟା ରେ ଜିଲ୍ଲା ପ୍ରଶାସନ

ବରଗଡ:୧୫/୮(ପବିତ୍ର ମେହେର) ବରଗଡ ଜିଲ୍ଲା ଅତାବିରା ବ୍ଲକ ଟୋପ ଗ୍ରାମ ପଂଚାୟତ ସ୍ଥିତ ସିଂହପାଲି ସ୍କୁଲ ଗେଟ ଥିଲା ୫ଟି କାର୍ଯ୍ୟ ଆରମ୍ଭ ହେଲା ବେଳକୁ ଭାଙ୍ଗି ଦିଆଗଲା l ସରକାର ଙ୍କ ଠୁ ଆସିଥିବା ଅନୁଦାନ ରାଶି ଭୂତ ଖାଇ ଗଲା ନାଁ ପ୍ରେତ ଖାଇଗଲା? ଯାହାର କିଞ୍ଚିତ ଉଦାହରଣ ବାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି, ସ୍କୁଲ ଗେଟ ପ୍ରାଙ୍ଗଣରେ ପଡ଼ିରହିଛି ମଦ ପୋୖଚ l ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ରାଶି ଆସିଥିଲେ ହେ ନାଁ ଅଛି ଅତିରିକ୍ତ ଶ୍ରେଣୀ କୋଠରୀ? ନାଁ ଅଛି ସ୍କୁଲ ଗେଟ ହେଲେ ୫ଟି ସମ୍ପୂର୍ଣ l ଯାହା ଶିକ୍ଷକ ର ଅଭାବ ରେ ଚାଲିଛି ଅଭାବି ପାଠପଢ଼ା ବୋଲି କହନ୍ତି ବର୍ତମାନ ସ୍କୁଲ କମିଟିର ସଭାପତି ବଳରାମ ମେହେର l

ଏ ସମ୍ପର୍କିତ ଖବର ଉପରେ ଆମେ ପୂର୍ଵ ସ୍କୁଲ କମିଟି ସଭାପତି ତଥା ପ୍ରଧାନ ଶିକ୍ଷକ ଙ୍କୁ ପଚାରିବାରୁ ଶିକ୍ଷକ ଅଭାବ ଓ ନାଇଟ ଟ୍ୱେଚର ନାହିଁ ଯଦ ଦ୍ୱାରା ଏ ବ୍ୟବସ୍ଥା ଘୋର ଅବସ୍ଥା ପାଲିଟିଛି, କିନ୍ତୁ ପ୍ରତିକ୍ରିୟା ଦେବା ପାଇଁ ରୋକଠୋକ ମନା କରିନିଅନ୍ତି l ତେବେ ଜନ ମାନସରେ ଚର୍ଚ୍ଚା ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ରାଶି ଆସିଥିଲେ ହେଁ କାଳେ ସରକାରୀ ଟଙ୍କାର ବାଟ ମାରଣା କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରୁଛି ସାଧାରଣ ଜନତା? ଜବାବ ଦେବ କିଏ ଗାଁ ରେ ସର୍ବେସର୍ବା କରିଥିବା ଗାଁ ବାସିନ୍ଦା ତଥା ଗାଁ ମୁଖିଆ ନାଁ ଅଞ୍ଚଳବାସୀ ଙ୍କ ଦ୍ୱାରା ଜନ ପ୍ରତିନିଧିତ୍ୱ କରୁଥିବା ଜନ ପ୍ରତିନିଧି.. ସନ୍ଦେହରେ ଅଞ୍ଚଳବାସୀ? ତେବେ ଖବର ପ୍ରସାରଣ ହେଲା ପରେ ଲୋକଙ୍କ ସରକାର ଙ୍କ ପଦକ୍ଷେପ କଣ ରହିବ ନାଁ ଦୁର୍ନୀତିରେ ତୋର ଅଧେ କୁ ମୋର ଅଧେ କରି ନିରବ ସାଜିବ କି ଲୋକଙ୍କ ସରକାର ବୋଲି ସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଥିବା ବେଳେ କଣ ପଦକ୍ଷେପ ନେବେ ଲୋକଙ୍କ ସରକାର ତାହା ଉପରେ ଚାହିଁ ରହିଛନ୍ତି ଅଞ୍ଚଳବାସୀ l

Leave a Reply

Your email address will not be published. Required fields are marked *