Spread the love

*ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲରେ ରାଷ୍ଟ୍ରୀୟ ବାଳିକା ଦିବସ ପାଳିତ*

ବରଗଡ:୩୧/୧(ପବିତ୍ର ମେହେର) ଶିଶୁକନ୍ୟାମାନଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ ତଥା ସାମାଜିକ କାର୍ଯ୍ୟରେ ସୁବିଧା ସୁଯୋଗ ଯୋଗାଇବା ସହ ସେମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସମର୍ଥନ କରିବା ଏବଂ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ‘ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲ’ ଭୁ୍କ୍ତାରେ ରାଷ୍ଟ୍ରୀୟ ବାଳିକା ଦିବସ ପାଳିତ ହୋଇଯାଇଛି ।

ଏହି ଅବସରରେ ବିଦ୍ଯଳୟର ପ୍ରଧାନ ଶିକ୍ଷକ ଦୁର୍ଗାପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମୂଖ୍ୟ ଅତିଥି ଭାବରେ ସ୍ଥାନୀୟ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମାଳତୀ ନାୟକ, ଅବସରପ୍ରାପ୍ତ ଶିକ୍ଷକ ବୈଷ୍ଣବ ଭୋଇ ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ଭାବରେ ସମନ୍ୱିତ ଶିଶୁ ବିକାଶ ସୁପରଭାଇଜର ସ୍ଵର୍ଣ୍ଣପ୍ରଭା ନାଏକ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଲୋକନାଥ ଚେରକିଆ, ସିଆରସିସି କେଦାର ନାଏକ, ଶିକ୍ଷକ ସଞ୍ଜୟ ଖମାରୀ, ଈଶ୍ୱର ପଧାନ , ପୂର୍ବତନ ଶିକ୍ଷକ ରାଧେଶ୍ୟାମ ବାରିକ ଯୋଗ ଦେଇଥିଲେ। ଅତିଥିବୃନ୍ଦ ବିଘ୍ନ ବିନାଶକ ଶ୍ରୀ ଗଣେଶ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସେମାନଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ବାଗତ କରାଯାଇଥିଲା।ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସ୍ବାଗତ ସଙ୍ଗୀତ ଗାନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଶିକ୍ଷକ ଶ୍ରୀପତି ସାହୁ ସଭା କାର୍ଯ୍ଯ ପରିଚାଳନା କରିଥିବା ବେଳେ ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ମୁଖ୍ୟ ଅତିଥି ଶ୍ରୀମତି ନାୟକ ରାଷ୍ଟ୍ରୀୟ ବାଳିକା ଦିବସର ମହତ୍ତ୍ଵ ଓ ଶିଶୁ କନ୍ୟାଙ୍କ ଅଧିକାର ବିଷୟରେ ଆଲୋକପାତ କରିଥିଲେ।ଶିଶୁକନ୍ୟାମାନଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ ଓ ସୁରକ୍ଷା କ୍ଷେତ୍ରରେ ସେମାନେ ସମ୍ମୁଖୀନ ହେଉଥିବା ବାଧାବିଘ୍ନ ଗୁଡ଼ିକୁ ଦୂର କରିବା ସହ ସେମାନଙ୍କୁ ପୁଅମାନଙ୍କ ପରି ସମାନ ସୁଯୋଗ ଯୋଗାଇବା ପାଇଁ ସମସ୍ତେ ଆଗେଇ ଆସିବା ଉଚିତ ବୋଲି ଅତିଥି ବୃନ୍ଦ ମତ ପ୍ରକାଶ କରିଥିଲେ। ଛାତ୍ରୀମାନେ”କନ୍ୟା ଭୃଣ ହତ୍ୟା, ବେଟି ପଢ଼ାଓ ବେଟି ବଢ଼ାଓ”ପ୍ରସଙ୍ଗ ଉପରେ ଆଧାରିତ କ୍ଷୁଦ୍ର ନାଟିକା ପ୍ରଦର୍ଶନ କରିଥିଲେ।ଏହି ଅବସରରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ ଛାତ୍ରୀ ରିୟା ବାରିକ ପ୍ରଥମ,ଦିବ୍ୟା ନାଏକ ଦ୍ଵିତୀୟ ଓ ରୋହିଣୀ ପଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ କନିଷ୍ଠ ବିଭାଗରୁ ଛାତ୍ରୀ ଆସ୍ଥା ସା, ଭୂମି ସା ଓ ରିତୁ ଖଡିଆ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବିଭାଗରୁ ରୋଶନୀ ପଟେଲ,କ୍ଷୀରୋଦ୍ରି ବେହେରା ଓ ଅର୍ପିତା ବେହେରା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।ପୁରସ୍କାର ବିତରଣୀ ଉତ୍ସବରେ ଅତିଥିବୃନ୍ଦ ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ସମେତ ପରୀକ୍ଷାରେ ସର୍ବୋଚ୍ଚ ନମ୍ୱର ହାସଲ କରିଥିବା ପ୍ରତ୍ୟେକ ଶ୍ରେଣୀର ଛାତ୍ରୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ।ଶିକ୍ଷକ ଆଶୁତୋଷ ଭୋଇ,ତେଜରାମ ସା,ସୁବାସ ଚନ୍ଦ୍ର ଖମାରୀ,ଅଙ୍କିତ ମହନ୍ତ, ବୋଧରାମ ବିଶ୍ବାଳ,ପଦ୍ମଲୋଚନ ବିଶି, ପ୍ରଶାନ୍ତ ମହାପାତ୍ର,ଅମ୍ବଲ୍ୟ ଭୋଇ, ସୁଦର୍ଶନ ପଧାନ,ଦେବାଶିଷ ମିର୍ଦ୍ଧା,ଶିକ୍ଷୟିତ୍ରୀ ରୋଜାଲିନ ଭୋଇ,ସୌଦାମିନୀ ବାରିକ,ରାଜକୁମାରୀ ଭୁଏ,ମନୋଜା ପଟେଲ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।ଶେଷରେ ଶିକ୍ଷୟିତ୍ରୀ ସୌଦାମିନୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *