
ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲରେ ସବୁଜ ଜୀବନ ଶୈଳୀକୁ ଆପଣାଇବା ପାଇଁ ପେପର୍ ବ୍ୟାଗ୍ ନିର୍ମାଣ କୌଶଳ ଶିକ୍ଷା
ବରଗଡ:୧୬/୨(ପବିତ୍ର ମେହେର) ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ପେପର୍ ବ୍ୟାଗ୍ ଓ କାଗଜ ଠୁଙ୍ଗା ତିଆରି ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ପ୍ରଧାନଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠାନର ଇକୋ କ୍ଳବ୍ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଇକୋ କ୍ଳବ୍ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ଯଥା ସମ୍ଭବ ପେପର୍ ବ୍ୟାଗ୍,କାଗଜ ଠୁଙ୍ଗା ବ୍ଯବହାର କରି ସବୁଜ ଜୀବନ ଶୈଳୀକୁ ଆପଣାଇବା ସହିତ ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ବର୍ଜନ କରିବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଥିଲେ।ଅନୁଷ୍ଠାନର ଇକୋ କ୍ଲବର ସମସ୍ତ ସଦସ୍ୟ ଏହି କର୍ମଶାଳାରେ ପେପର୍ ବ୍ୟାଗ୍ ଓ କାଗଜରୁ ଠୁଙ୍ଗା ତିଆରି କରିବା ପ୍ରଣାଳୀ ଶିକ୍ଷା ଲାଭ କରି ତିଆରି କରିଥିଲେ। ପ୍ରଥମେ ଇକୋ କ୍ଲବ ଶିକ୍ଷକ ସଞ୍ଜୟ ଖମାରୀ ପେପର ବ୍ୟାଗ୍ ତିଆରି କରିବାରର କୌଶଳ ସଂମ୍ପର୍କରେ ଶିକ୍ଷାର୍ଥୀମାନଙ୍କୁ ଧାରଣା ଦେଇଥିଲେ।ଏକ ସୁସ୍ଥ ପରିବେଶ ଗଠନ କରିବା ଉଦ୍ଦେଶ୍ୟରେ ପ୍ଲାଷ୍ଟିକ ପଲିଥିନ ମୁଣିର ବିକଳ୍ପ ଭାବରେ ଏହାକୁ ବ୍ଯବହାର କରିବା ପାଇଁ କର୍ମଶାଳାରେ ସମସ୍ତେ ମତ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସାନନ୍ଦ ଦେହେରୀ,ଶିକ୍ଷକ ଆଶୁତୋଷ ଭୋଇ,ତେଜରାମ ସା,ସୁବାସ ଚନ୍ଦ୍ର ଖମାରୀ,ଅଙ୍କିତ ମହନ୍ତ,ବୋଧରାମ ବିଶ୍ବାଳ,ପଦ୍ମଲୋଚନ ବିଶି, ପ୍ରଶାନ୍ତ ମହାପାତ୍ର, ଅମୂଲ୍ୟ ଭୋଇ, ସୁଦର୍ଶନ ପଧାନ,ଦେବାଶିଷ ମିର୍ଦ୍ଧା, ଶିକ୍ଷୟିତ୍ରୀ ରୋଜାଲିନ ଭୋଇ, ସୌଦାମିନୀ ବାରିକ,ରାଜକୁମାରୀ ଭୁଏ, ପୁଷ୍ପାଞ୍ଜଳି ପ୍ରଧାନ,ମନୋଜା ପଟେଲ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ରୋଜାଲିନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

