Spread the love

ପୁସ୍ତକ ଲୋକାର୍ପଣ ଉତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି

ବିଷୟ _____ ଆଳି ବ୍ଳକ ଅନ୍ତର୍ଗତ ନମୈଜା ସ୍ଥିତ ନମୈଜା ହାଇସ୍କୁଲ ରେ ଆଜି ବସନ୍ତ ନିଳୟ ସାହିତ୍ୟ ସଂସଦ ପକ୍ଷରୁ ପ୍ରାବନ୍ଧିକ ଓ ସୁ ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ନନ୍ଦଙ୍କ ପୁସ୍ତକ ସତ୍ୟମେବ ଜୟତେ ର ଲୋକାର୍ପଣ ଉତ୍ସବ ଓ ଓଡ଼ିଶାର ଲବ୍ଧ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏକ ମନୋରମ ପରିବେଶରେ ଅଙ୍କବସ୍ତ୍ର ଓ ମାନପତ୍ର ଉପଢୌକନ ଦିଆଯାଏ ସମ୍ମାନିତ କରାଯାଇଥିଲା।ଏହି ଉତ୍ସବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ କବି, ରଶ୍ମିତା ସେନାପତି ଅତିଥି ମାନଙ୍କୁ ମଞକୁ ଆମନ୍ତ୍ରଣ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଚକ୍ରଧର ଦାଶ। ମୁଖ୍ୟ ବକ୍ତା ଭାବେ ସୁ ସାହିତ୍ୟିକା କାନନ ବାଳା ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଇଞ୍ଜିନିୟର ନିଳାଦ୍ରୀ ଭୁଷଣ ମହାପାତ୍ର, ପ୍ରାକ୍ତନ କୃଷି ନିର୍ଦ୍ଦେଶକ ଧରଣୀଧର ପାତ୍ର, ସମାଜସେବୀକା ଡଃ ସୁଚେତା ରାଉତ, ପ୍ରଧାନ ଶିକ୍ଷକ ଡମ୍ବରୁଧର ସାହୁ, ପ୍ରାବନ୍ଧିକ ଗୋବିନ୍ଦ ଚନ୍ଦ୍ର ନନ୍ଦ ପ୍ରମୁଖ ଯୋଗଦେଇ ଥିଲେ । ପୁସ୍ତକର ସମୀକ୍ଷା କରିଥିଲେ ସାହିତ୍ୟକ ପ୍ରମୋଦ କୁମାର ମଲ୍ଲିକ।ଅତିଥି ପରିଚୟ ପ୍ରଦାନ କରିଥିଲେ ପୃର୍ବତନ ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ଦାଶ। ଧନ୍ୟବାଦ୍ ଅର୍ପଣ କରିଥିଲେ ସମାଜସେବିକା ପ୍ରିୟଦର୍ଶିନୀ ନନ୍ଦ। ଅତିଥି ମାନେ ପ୍ରକାଶ କରିଥିଲେ ଯେ ସାହିତ୍ୟ ହେଉଛି ସମୁଦ୍ର ପରି ଅଥଳ ଆକାଶ ପରି ଅପରିସୀମା ତାର କଳ୍ପନା କରିବା ଏକ ଦୁରୁହ ବ୍ୟାପାର ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷା ଅଧିକାରୀ ନରହରି ପାତ୍ର, ଶିକ୍ଷାବିତ ସଞ୍ଜୟ କୁମାର ସାମଲ, ଶିକ୍ଷକ ବଟକୃଷ୍ଣ ପଣ୍ଡା, ଶିକ୍ଷକ ତଥା ସମାଜସେବୀ ସରୋଜ କୁମାର ମଲ୍ଲିକ,ଲୋତକ ବିନ୍ଦୁ ଦାଶ, ଶିକ୍ଷକ କରୁଣାକର ସାମଲ,ଓ ବାଦଲ ନନ୍ଦ ପ୍ରମୁଖ ଯୋଗଦେଇ ଥିଲେ।

ରିପୋର୍ଟ ଆଳିରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *