Spread the love

ପୁସ୍ୟା ଅଭିଷେକ ନୀତି ପାଳିତ

ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ପୁସ୍ୟା ଅଭିଷେକ ନୀତି ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର, ଫୁଲ ହାର, ତୁଳସୀ ହାର ଲାଗି କରାଯାଇଥିଲା। ତାପରେ ପହିଲି ଭୋଗ ଲାଗି କରାଯାଇଥିଲା। ତାପରେ ବଲ୍ହଭ ଭୋଗ, ସାଢେ଼ ଦଶଟା ବେଳେ ଖେଚେଡ଼ି ଭୋଗ, ମଧ୍ୟାହ୍ନ ସମୟରେ ମଙ୍ଗଳା ଅର୍ପଣ ପୂଜା କରାଯାଇଥିଲା। ସେଥିରେ ଚକା, ପୁଳୀ, ମିଠା, ଫଳ ଓ ଅନ୍ନ ଧୂପ ଲାଗି କରାଯାଇଥିଲା। ସନ୍ଧ୍ୟା ବେଳେ ଆଳତୀ ଓ ରାତ୍ର ଧୂପ ପରେ ପହଡ଼ ପଡ଼ିଥିଲା। ପୂଜକ ଶ୍ରୀବତ୍ସ ମିଶ୍ର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, କାହାଳିଆ ଟିକନ ବେହେରା ଓ ଜିମାଦର ଶ୍ୟାସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଏହି ପୁସ୍ୟା ଅଭିଷେକ ନୀତି ସମ୍ପନ୍ନ କରାଯାଇଥିଲା।

Leave a Reply

Your email address will not be published. Required fields are marked *