ପୂର୍ବତନ ଆସ୍କା ସାଂସଦ ଲଡୁକିଶୋର ସ୍ୱାଇଁ ଙ୍କ ଦ୍ୱିତୀୟ ଶ୍ରାଦ୍ଧ ଦିବସ

ଜେ ବି ଏନ, ବ୍ରହ୍ମପୁର ( ୦୬.୦୨.୨୦୨୧), (ରିପୋର୍ଟ,, ଟୁକୁନା ପ୍ରଧାନ), -: ପୂର୍ବତନ ଆସ୍କା ସାଂସଦ ଏବଂ କବିସୂର୍ଯ୍ୟ ନଗର ବିଧାୟକ ରହିଥିବା ଜନ ନାୟକ ସ୍ୱର୍ଗତ ଲଡୁକିଶୋର ସ୍ୱାଇଁ ଙ୍କ ଦ୍ୱିତୀୟ ଶ୍ରାଦ୍ଧ ଦିବସ ପଥରା ସ୍ଥିତ ନିଜ ବାସଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଆସ୍କା ବିଧାୟିକା ତଥା ସ୍ୱର୍ଗତ ଲଡୁକିଶୋର ସ୍ୱାଇଁ ଙ୍କ ଧର୍ମପତ୍ନୀ ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ ଙ୍କ ତତ୍ୱବାଧାନରେ ଜନପ୍ରିୟ ନେତା ଲଡୁ ବାବୁ ଙ୍କ ସ୍ମୃତି ଚାରଣ ସହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ପଥରା ଛକ ଠାରେ ଥିବା ଲଡୁକିଶୋର ସ୍ୱାଇଁ ଙ୍କ ପ୍ରତିମୂର୍ତ୍ତିରେ ବିଧାୟିକା ମଞ୍ଜୁଳା ସ୍ୱାଇଁ ଙ୍କ ସମତେ ତାଙ୍କରି ଦୁଇ ସନ୍ତାନ ତଥା ଗଞ୍ଜାମ ଜିଲ୍ଲା ଜୋନ୍ ଯୁବ ବିଜେଡ଼ି ସଭାପତି ନଚିକେତା ସ୍ୱାଇଁ, ଯୁବ ବିଜେଡି ନେତା ଅଶ୍ୱିନୀ ସ୍ୱାଇଁ ,ଜ୍ୱାଇଁ ଆକୁଳ ଖଣ୍ଡୁଆଳ ପୁଷ୍ପମାଳ ଅର୍ପଣ କରିଥିଲେ । ଏହା ସହିତ ସ୍ବର୍ଗତ ସ୍ୱାଇଁ ଙ୍କ ସ୍ମୃତିକୁ ଗୋଟିଏ ମଞ୍ଚରେ ଗଞ୍ଜାମ ଜିଲ୍ଲା ର ସମସ୍ତ ବିଧାୟିକା, ବିଧାୟକ ଉପସ୍ଥିତ ରହି ତାଙ୍କରି ଜନ ପ୍ରିୟତା, ନିଃସ୍ୱାର୍ଥ ପର ଜନ ସେବା,ଜୀବନର ଶେଷ ନିଶ୍ୱାସ ଥିଲା ପର୍ଯ୍ୟନ୍ତ ଯେଉଁ ଭଳି ଭାବରେ ଲୋକ ମାନଙ୍କ ସହ ଅସୁବିଧାରେ ଆଗରେ ଠିଆ ହୋଇ ସହଯୋଗ କରିବାକୁ ଆଗେଇ ଆସୁଥିଲେ ତାହା ଆମ ସମସ୍ତ ଙ୍କ ପାଇଁ ଚିରସ୍ମରଣୀୟ ହୋଇ ରହିବ ସହ ସେ ସବୁବେଳେ ଆମ ମାନଙ୍କ ସହ ରହିଛନ୍ତି ବୋଲି କହିଛନ୍ତି ଉପସ୍ଥିତ ବିଧାୟକ, ବିଧାୟିକା ମାନେ । ଏହି ଶ୍ରାଦ୍ଧ ଦିବସରେ ଆସ୍କା ସାଂସଦ ଶ୍ରୀମତୀ ପ୍ରମିଳା ବିଶୋଇ, ବ୍ରହ୍ମପୁର ବିଧାୟକା ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା,ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ, ଛତ୍ରପୁର ବିଧାୟକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ବେହେରା,ସୋରଡା ବିଧାୟକ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୁଯ୍ୟମଣି ବୈଦ୍ୟ,ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା,ପୂର୍ବତନ ଜିଲାପରିସଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁରଥ ପ୍ରଧାନ,ପୂର୍ବତନ କବିସୂର୍ଯ୍ୟନଗର ନଗରପାଳ ମନୋରଞ୍ଜନ ମହାପତ୍ର, ଗଞ୍ଜାମ ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଜୋନ୍ ସଭାପତି ଜ୍ୟୋତିରଞ୍ଜନ ସାହୁ,ଅଜିତ୍ ସାହୁ, ଆସ୍କା ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକ, କବିସୂର୍ଯ୍ୟନଗର ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ପାଢୀ, ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା , ଦିଲ୍ଲୀପ ପାଣିଗ୍ରାହୀ ଙ୍କ ସମେତ ଆସ୍କା, କବିସୂର୍ଯ୍ୟନଗର ର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ବିଜେଡି ର ନେତା କର୍ମୀ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ କୁ ଛାତ୍ର ଓ ଯୁବ ବିଜେଡି କର୍ମକର୍ତ୍ତା ମାନେ ସଂଯୋଜନା କରିଥିଲେ ।
