Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ପୋଖରୀ ହୁଡାରେ ଖେଳୁ ଖେଳୁ ପାଣି ଭିତରେ ବୁଡିଗଲା ୪ ବର୍ଷର ଶିଶୁପୁତ୍ର, ଦିନକ ପରେ ମୃତ ଶରୀର ଉଦ୍ଧାର 

 

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବ୍ରହ୍ମପୁର ( ୦୧.୦୩.୨୦୨୧) -:ପୋଖରୀ ହୁଡା ରେ ଖେଳୁଥିବା ବେଳେ ହଠାତ୍ ପାଣି ଭିତରକୁ ପଶିଗଲା ୪ ବର୍ଷର ଶିଶୁପୁତ୍ର। ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆମ୍ବିଳାପଲ୍ଲୀ ଗ୍ରାମରେ ଏଭଳି ଏକ ଦୁଃଖଦ ଓ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି। ସୂଚନା ମୁତାବକ ଗତ କାଲି ଅପରାହ୍ନରେ ମୃତ ଶିଶୁ ଭୋଳାନାଥ ଗାଁ ପୋଖରୀ ହୁଡା ରେ ଖେଳୁଥିବା ସମୟରେ ହଟାତ୍ ପୋଖରୀ ଭିତରକୁ ଖସିଯାଇଥିଲା ।ତେବେ ପୁଅକୁ ଗତକାଲି ବହୁତ ଖୋଜା ଖୋଜି ପରେ ମଧ୍ୟ ପାଇନଥିଲେ ପରିବାର ଲୋକ। ଆଜି କବିସୂର୍ଯ୍ୟନଗର ଅଗ୍ନିଶମ ବିଭାଗ କୁ ଜଣାଇବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ପୋଖରୀରେ ଦୀର୍ଘ ଦୁଇ ଘଣ୍ଟାର ଅପରେସନ ପରେ ଭୋଳାନାଥ ର ମୃତ ଦେହ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ଅଗ୍ନିସମ ବିଭାଗ ,ଏହିଭଳି କରୁଣ ଦୃଶ୍ୟକୁ ଦେଖି ମୃତ ଭୋଳାନାଥ ର ବାପା ମା ଅଚେତ ହୋଇ ପଡ଼ିଯାଇଥିଲେ । ଆମ୍ବିଳାପଲ୍ଲୀ ଗ୍ରାମରେ ଏହି ଖବର ପ୍ରସାର ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ମୃତ ଭୋଳାନାଥ ଙ୍କ ବାପା ମହନ୍ତ ଙ୍କ ତିନୋଟି ସନ୍ତାନ ସେଥିମଧ୍ୟରୁ ଦୁଇଟି ଝିଅ ଗୋଟିଏ ପୁଅ କିନ୍ତୁ ଆଜି ଗୋଟିଏ ପୁଅର ମୃତ୍ୟୁ ହେବାପରେ ବାପା ମା ସମ୍ପୂର୍ଣ୍ଣ ଭାଙ୍ଗିପଡିଥିବା ବେଳେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।