Spread the love

ପୋତାହେଲା ବାଉଁଶ, ବନ୍ଧା ହେଇ ପାରିଲାନି ଟେଣ୍ଟ, ରଦ୍ଦ ହେଲା ଜନଶୁଣାଣୀ

ଜନଶୁଣାଣୀ ପାଇଁ ଦିନ ଧାର୍ଯ୍ୟ ହେଲା ପୋତା ହେଲା ବାଉଁଶ ବନ୍ଧା ହେଇପାରିଲାନି ଟେଣ୍ଟ ରଦ୍ଦ ହେଲା ଜନଶୁଣାଣୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ରୁଗୁଢି ଥାନା ଅନ୍ତର୍ଗତ ଯୋଡ଼ା ବ୍ଲକ ଭୂୟାଁ ରୋଇଡ଼ା ପଞ୍ଚାୟତରେ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଖଣି ମଣ୍ଡଳ ତଥା ରୁଗୁଢ଼ି ଥାନା ଅନ୍ତର୍ଗତ ରୋଇଡା ସ୍ଥିତ ଭାଦ୍ରାସାହି ଆଇରନ ମାଇନ୍ସ ଓ ଏମ୍ ଡି ସି କମ୍ପାନୀର ଜନଶୁଣାଣୀ ପାଇଁ 26/3/25 ଦିନ ଧାର୍ଯ୍ୟ ହୋଇଥିବା ବେଳେ କମ୍ପାନୀ କତୃପକ୍ଷ ଙ୍କ ସ୍ଥାନୀୟ ଲୋକଙ୍କ ସହ ବୁଝାମଣା ଓ ତାଳମେଳ ଅଭାବରୁ ଜନଶୁଣାଣୀ ହୋଇପାରିଲା ନାହିଁ। ଆହୁରି ମଧ୍ୟ ଓ ଏମ୍ ଡି ସି କମ୍ପାନୀ ତାର କର୍ମଚାରୀଙ୍କ ବିଗତ ଆଠ ମାସର ବକେୟା ପାଉଣା ଦେଇନଥିବାରୁ କମ୍ପାନୀ କର୍ମଚାରୀ ଧାରଣାରେ ବସିଛନ୍ତି ଯାହା ପାଇଁ ସ୍ଥାନୀୟ ବାସିନ୍ଦା କମ୍ପାନୀ ଉପରେ ସହଜରେ ଭରଷା କରିପାରୁ ନାହାନ୍ତି, ଯାହା ଅନ୍ୟ ଏକ ମୁଖ୍ୟ କାରଣ ଜନଶୁଣାଣୀ ରଦ୍ଦ ହେବାର । ଏବଂ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି କି କମ୍ପାନୀ ସହ ଅଞ୍ଚଳର କିଛି ନେତା ଓ କୁଜିନେତା ଙ୍କ ସହ ଭାଗବଣ୍ଟା ନ ଛିଡ଼ିବାରୁ ଜନଶୁଣାଣୀ ରଦ୍ଦ ହୋଇଥିବା ଚର୍ଚ୍ଚା ହୁଏ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *