Spread the love

ପ୍ରତିଶ୍ରୁତି ମୁତାବକ ଶୁଦ୍ଧିକ୍ରିୟା ସହାୟତା ଯୋଗାଇଲା ଭରସା ପରିବାର

ଦୁଇ ଦିନ ପୂର୍ବରୁ ଖବର ପାଇ ପାଟଣା ବ୍ଲକ ଚିନାମାଳି ପୋଷି ଗ୍ରାମ ପଞ୍ଚାୟତ ବଡ ମହୁଲଡିହା ଗ୍ରାମର ରାଞ୍ଚି ମୁଣ୍ଡା (୨୪ ବର୍ଷ)ଙ୍କ ଅକାଳ ବିୟୋଗ ପରେ ଦୁଃଖରେ ଭାଙ୍ଗି ପଡିଥିବା ଅସହାୟ ବିଧବା ଆଦିବାସୀ ମହିଳା ତୁଳସୀ ମୁଣ୍ଡା (୨୨ ବର୍ଷ) ଓ ୪ ବର୍ଷର ନାବାଳିକା ବିଜୁଳି ମୁଣ୍ଡାଙ୍କ ଘରକୁ ଯାଇ ସମବେଦନା ଜଣାଇବା ସହିତ ଶୁଦ୍ଧିକ୍ରିୟା ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଭରସା ପରିବାରର ପାଟଣା ବ୍ଲକ କର୍ମକର୍ତ୍ତା । ପ୍ରତିଶ୍ରୁତି ମୁତାବକ ଭରସା ପରିବାରର ସଭାପତି Lambodar Mohanta ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାଟଣା ବ୍ଲକ ସଭାପତି ଭରତ ଚନ୍ଦ୍ର ମହାନ୍ତ, ଘଟଗାଁ ବ୍ଲକ ସଭାନେତ୍ରୀ ଭାରତୀ ଭୋଇ, ବାପୁନ୍ କୁମାର ରଣା, ଦେବବ୍ରତ ମହାନ୍ତ ଓ ସୌଦାମିନୀ ପଲେଇ ପ୍ରମୁଖ ତାଙ୍କ ଘରକୁ ଯାଇ ଆବଶ୍ୟକୀୟ ତେଜରାତି ସାମଗ୍ରୀ, ଶୁଖିଲା ଖାଦ୍ୟ, ନୂତନ ବସ୍ତ୍ର ପ୍ରଦାନପୂର୍ବକ ସମବେଦନା ଜଣାଇଥିଲେ । ବାପଛେଉଣ୍ଡ ନାବାଳିକା ଝିଅକୁ ଶୁଦ୍ଧିକ୍ରିୟା ପରେ ଚିକିତ୍ସା ବ୍ୟବସ୍ଥା କରିବାର ପ୍ରତିଶ୍ରୁତି ମଧ୍ୟ ଭରସା ପରିବାର ପକ୍ଷରୁ ଦିଆଯାଇଥିଲା । ବିପଦପୂର୍ଣ୍ଣ ଭାବରେ ବସବାସ କରୁଥିବା ବିଧବା ତୁଳସୀ ମୁଣ୍ଡା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଧବା ଭତ୍ତା ତଥା ଅନ୍ତର୍ଦ୍ଦୋୟ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତିି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *