*ପ୍ରଥମ ଥର ଓଡ଼ିଶା ରାଜ୍ୟ ରେ ଦୃଷ୍ଟିବାଧିତ ଙ୍କ ଶ୍ରାବଣୀ ଯାତ୍ରା*
ପବିତ୍ର ଶ୍ରାବଣ ମାସ ସୋମବାର ମହାଦେବ ଙ୍କୁ ଭକ୍ତିର ସହ *ଜଳାଭିଷେକ* କରିବାକୁ ସମସ୍ତଙ୍କ ଇଚ୍ଛା ଥାଏ । ମାତ୍ର ଦୃଷ୍ଟିବାଧିତ ମାନେ ରାସ୍ତାରେ *କାଉଡ଼ି* ଧରି ଶ୍ରାବଣୀ ଯାତ୍ରା କରିବା ଅନେକ କଷ୍ଟକର ।
କେନ୍ଦ୍ରାପଡା ଜିଲ୍ଲା ର ସିଦ୍ଧବଳଦେବ ଦିବ୍ୟାଙ୍ଗ ସାଂସ୍କୃତିକ ସଙ୍ଗଠନ ର ଦୃଷ୍ଟିବାଧିତମାନେ ଶ୍ରାବଣୀ ଯାତ୍ରା କରି ମହାଦେବଙ୍କୁ ଜଳାଭିଷେକ କରିବାକୁ ଈଛା କରିଥିଲେ । ଏହି ଖବର ଜାଣିବା ପରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର *ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି* ଏହି ମହାନ କାର୍ଯ୍ୟପାଇଁ ଟ୍ରଷ୍ଟର ସମସ୍ତ ସଦସ୍ୟଙ୍କ ସହିତ ଆଲୋଚନ କରି ଦିନ ନିର୍ଘଣ୍ଟ କରିଥିଲେ। ସମସ୍ତ ୧୧ଜଣ ଦୃଷ୍ଟିବାଧିତ ମାନଙ୍କ ଶ୍ରାବଣୀ ଯାତ୍ରା ନିମନ୍ତେ କାଉଡି, ବୋଲବମ୍ ଡ୍ରେସ, ସମସ୍ତ ପୂଜା ସାମଗ୍ରୀ ଯୋଗାଇବା ସହିତ ଆଜି ସକାଳୁ ନୁଆ ବସଷ୍ଟାଣ୍ଡ ନିକଟସ୍ଥ ଶନି ମହରାଜ ଙ୍କ ଘାଟରୁ ଶ୍ରାବଣୀ ଜଳ ଉଠାଇବା ପରେ ସହର ପରିକ୍ରମା କରି ଗୋପ ନିକଟସ୍ଥ *ଅମରେଶ୍ୱର ମହାଦେବଙ୍କ* ନିକଟରେ ସୁରକ୍ଷିତ ଭାବରେ ପହଞ୍ଚାଇ ଜଳାଭିଷେକ କରାଇବାରେ ସହଯୋଗ କରିଥିଲେ। ଦୃଷ୍ଟିବାଧିତଙ୍କର ଜଳାଭିଷେକ ନିମନ୍ତେ ଶ୍ରାବଣୀ ଯାତ୍ରା ସାରା ସହରକୁ ଭକ୍ତିମୟ ପରିବେଶରେ ପରିଣତ କରିଛି ବୋଲି କିଛି ଶୈବ ଭକ୍ତ ମତ ଦିଅନ୍ତି।
ଟ୍ରଷ୍ଟ ର ସଭାପତି ଙ୍କ ମତ ରେ ଶ୍ରାବଣ ମାସରେ ଜଳାଭିଷେକ କରିବା ଆମର ଲକ୍ଷ୍ୟ ହେବା ଆବଶ୍ୟକ କିନ୍ତୁ ଶ୍ରାବଣୀ ଯାତ୍ରା ରେ ଉଗ୍ର ଆଧୁନିକତା ବର୍ଜନୀୟ ହେବା ଆବଶ୍ୟକ। ଏହି ସେବା କାର୍ଯ୍ୟ ରେ ସାମିଲ ହୋଇଥିବା ଭକ୍ତ ମାନେ ହେଲେ ଶ୍ରୀଯୁକ୍ତ ଦମନ ମହାନ୍ତି,ରଶ୍ମି ରଞ୍ଜନ ବାରିକ, ବିଭୁ ପ୍ରସାଦ ସାହୁ, ଶାନ୍ତନୁ ମଲ୍ଲିକ, କାଳନ୍ଦି ମଲ୍ଲିକ, ତପନ କୁମାର ନାଥ, ନିଗମ ସାହୁ, ମୁନା ସାହୁ, ଅଭୟ ବିଶ୍ଵାଳ, ଅଜୟ ସେଠୀ, ସୂର୍ଯ୍ୟକାନ୍ତ ପରିଡ଼ା, କେଦାର ସ୍ବାଇଁ, ହରିହର ନାୟକ, ଜଗା ଦାସ,ସନାତନ ବେହେରା, ମନୋଜ ରାଉତ , ହରିହର ଶତପଥୀ, ସଚେତନ ଶତପଥୀ ଓ *ଅମରେଶ୍ୱର ପୀଠ* ର ପୂଜକ ତପୁ ନନା ।
*କେନ୍ଦ୍ରାପଡ଼ା ରୁ ସରୋଜ୍ କୁମାର୍ ସାହୁ ଙ୍କ ସହିତ*
ଜାଗ୍ରତ ଭାରତ ନ୍ୟୁଜ୍
