Spread the love

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ବ୍ୟାପକ ଅନିୟମିତତା ଅଭିଯୋଗ
ଯୋଗ୍ୟ ବ୍ୟକ୍ତିଙ୍କୁ ସାମିଲ ଦାବୀ ନେଇ ବିଜେପି ର ବ୍ଲକ ସମ୍ମୁଖରେ ପ୍ରତିବାଦ


ଆଯୋଗ୍ୟ ବ୍ୟକ୍ତିଙ୍କୁ ତାଲିକାରେ ବାଦ ଦେବାକୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ
************************
ବରଗଡ଼ ଜିଲ୍ଲା
ଅମ୍ବାଭୋନା ବ୍ଲକ ପରିସରରେ ୨୪/୦୧/୨୦୨୩ – ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ କେନ୍ଦ୍ର ସରକାର ଗରିବ ମୁଁଣ୍ଡରେ ଛାତ ଯୋଗାଇଦେବା ଲକ୍ଷ୍ୟ ନେଇ ଯୋଗାଇ ଥିବା ପକ୍କା ଘରକୁ କୁଜି ନେତା ସକ୍ରିୟ ହୋଇ ହାତେଇ ନେବାକୁ ଚଲାଇଥିବା ଉଦ୍ୟମକୁ ଭାରତୀୟ ଜନତା ପାର୍ଟି ତରଫରୁ ତୀବ୍ର ପ୍ରତିବାଦ କରଯାଇଛି । ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକରେ ଗ୍ରାମୀଣ ଆବାସ ବିଭାଗ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ଦଲ ପକ୍ଷରୁ ଅଭିଯୋଗ ହୋଇଛି। ମଙ୍ଗଳବାର ଦିନ ଅମ୍ବାଭୋନା ବ୍ଲକ କାର୍ଯ୍ୟ।ଲୟ ରେ ଭାରତୀୟ ଜନତା ପାର୍ଟି ତରଫରୁ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । ବିଜେପି ଭୁକ୍ତା ଯୋନ ସଭାପତି ପ୍ରହଲ୍ଲାଦ ଖମାରୀ ଙ୍କ ନେତୃତ୍ୱରେ ଶହ ଶହ ସଂଖ୍ୟାରେ ବିଜେପି କର୍ମକର୍ତ୍ତା ଯୋଗଦେଇ ବିଜେଡି ନେତା ଆବାସ ଯୋଜନା କବଜା କରିନେଇଥିବା ନେଇ ତୁମ୍ବିତୋଫାନ କରିଥିଲେ । ଭାରତୀୟ ଜନତା ପାର୍ଟି ଯୁବମୋର୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ, ବିଜେପି ରାଜ୍ୟ ଉପସଭାପତି ସୁଶାନ୍ତ ମିଶ୍ର, ଗୁନାରୁ ପଧାନ, ବରିଷ୍ଠ ବିଜେପି ନେତା ସୌରୀ ଚରଣ ବାରିକ, ଡୁଙ୍ଗରି ମଣ୍ଡଳ ସଭାପତି ବଳରାମ ସା ପ୍ରମୁଖ ବିଭିନ୍ନ ପଂଚାୟତ ରେ ହୋଇଥିବା ଆବାସ ଯୋଜନାର ଅନିୟମିତତା ଓ ଦୁର୍ନୀତି ସମ୍ବନ୍ଧରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏହି ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଦେବାରଚନ ମଲ୍ଲିକ, ଶ୍ୟାମଲାଲ ନାଏକ, ସୁରେଶ ପଟେଲ, ସଂକ୍ରାଜିତ ସାହୁ,କାର୍ତ୍ତିକ ଦେହେରୀ, ଡୋଲାମଣି ସା, ମହେନ୍ଦ୍ର ଭୋଇ, ଫାରୁକ୍ ଖାନ୍ ପ୍ରମୁଖ ଯୋଗଦେଇ ଅମ୍ବାଭୋନା ବ୍ଲକ ରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଯନା ରେ ଚରମ ଦୁର୍ନିତୀ ହୋଇଥିବା ଅଭିେଯାଗ କରିଥିଲେ। ଏହି ବ୍ଲକ ର ସହ ସହ ସଂଖ୍ଯା ରେ ଅଯୋଗ୍ୟ ବ୍ଯକ୍ତି ସଂଭାବ୍ୟ ଯୋଗ୍ୟ ତାଲିକା ଭୁକ୍ତ ହୋଇଥିବା ଅଭିେଯାଗ କରିଥିଲେ। ଏ ନେଇ ମୁଖ୍ଯ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ଯ ରେ ଏକ ଦାବୀ ପତ୍ର ଅମ୍ବାଭୋନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଣବ କୁମାର ଚାନ୍ଦ ଙ୍କ ଜରିଆରେ ପ୍ରଦାନ କରିଥିଲେ। ଯୋଗ୍ୟ ବ୍ଯକ୍ତି ତାଲିକା ରୁ ବାଦ୍ ପଡ଼ିଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବାକୁ ଚେତାବନୀ ଦେଇଛନ୍ତି। ଅମ୍ବାଭୋନା ରୁ ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *