Spread the love

ପ୍ଲାଷ୍ଟିକ୍ ମୁକ୍ତ ଭାରତ ଗଠନ ପାଇଁ ପ୍ରୟାସ ଜାରି

ଅବ୍ୟବହୃତ ପ୍ଲାଷ୍ଟିକ୍ ବୋତଲରେ ଗଛକୁ ସୁରକ୍ଷା

ଅନୁଗୁଳ:ଅନୁଗୁଳ ଜିଲ୍ଲାର ସମାଜସେବୀ କିନ୍ନର ଚିନ୍ମୟୀ ଦାସ ସମାଜସେବା କ୍ଷେତ୍ରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସମାଜସେବା ପାଇଁ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ନେଇ ସବୁଠି ପ୍ରଶଂସା । ଏବେ ସେ ଅବ୍ୟବହୃତ ପ୍ଲାଷ୍ଟିକ୍ ବୋତଲକୁ ସଂଗ୍ରହ କରି ସେଥିରେ ଗଛକୁ କିଭଳି ସୁରକ୍ଷା ଦେବା ଆରମ୍ଭ କରିଛନ୍ତି । ତାଙ୍କର ଏହି ନିଆରା ପ୍ରୟାସକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି |ସୂଚନା ଅନୁସାରେ, ଅନୁଗୁଳର ଚିନ୍ମୟୀ ଦାସ ମାନବ ସେବା ଟ୍ରଷ୍ଟ ନାମରେ ଏକ ସେବଶ୍ରମ ଚଳାଇ ଆସୁଛନ୍ତି। ସେଠାରେ ଅସହାୟ ବୃଦ୍ଧ, ବୃଦ୍ଧାଙ୍କ ସମେତ ଶିଶୁମାନେ ରହୁଛନ୍ତି। ତେବେ ପରିବେଶ ତଥା ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ସେ ସବୁବେଳେ ସଚେତନତା ବାର୍ତ୍ତା ଦେଉଛନ୍ତି। ଗାଁ ଗାଁରେ ଯାଇ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ସମ୍ପର୍କରେ ବିଭିନ୍ନ ରୂପରେ ଢଙ୍ଗରେ ସଚେତନତା ସୃଷ୍ଟି କରୁଛନ୍ତି । ସେହିପରି ଅନୁଗୁଳ ଓ ରାଜଧାନୀରେ ମଧ୍ୟ ନିଜକୁ ଗଛ ବେଶରେ ସଜାଇ ସାଧାରଣ ଲୋକଙ୍କୁ ଗଛ ସୁରକ୍ଷା ନେଇ ବୁଝାଇ ଆସୁଛନ୍ତି। ତେବେ ବ୍ୟବହାର ପରେ ଫୋପଡ଼ି ଦିଆଯାଇଥିବା ପାଣି ଓ ମୃଦୁ ପାନୀୟ ବୋତଲ ପରିବେଶ ପାଇଁ କ୍ଷତିକାରକ ହୋଇଥିବା ବେଳେ ସେ ଏହି ବୋତଲକୁ ସଂଗ୍ରହ କରି କିପରି ଗଛକୁ ସୁରକ୍ଷା ଦିଆଯାଇପାରିବ ସେ ନେଇ ଉ ଉଦ୍ଯମ ଆରମ୍ଭ କରିଛନ୍ତି। ଚିନ୍ମୟୀ କିଛିଦିନ ହେଲା ରାସ୍ତାରେ ପଡ଼ିଥିବା ପ୍ଲାଷ୍ଟିକ ବୋତଲକୁ ଗୋଟାଇ ରଖିଥିବା ବେଳେ ଆଜି ଗଛ ସୁରକ୍ଷାରେ ଲଗାଇଛନ୍ତି। ସେହି ବୋତଲରୁ ମଧ୍ୟ ବର୍ଷାଜଳ ସଂରକ୍ଷଣ ହୋଇ ସବୁବେଳେ ଗଛକୁ ଜଳ ଯୋଗାଣର ସାହାରା ପାଲଟିବ ବୋଲି ଚିନ୍ମୟୀ ପ୍ରକାଶ କରିଛନ୍ତି। ଆଜି ମାନବ ସେବାଶ୍ରମରେ ଏଭଳି ପ୍ରୟାସ କରିଥିବା ବେଳେ ଆଗକୁ ଜିଲ୍ଲାର ବିଭିନ୍ନ ଅଞ୍ଚଳର କରିବେ ବୋଲି କହିଛନ୍ତି। ଫଳରେ ପରିବେଶ ପ୍ଲାଷ୍ଟିକମୁକ୍ତ ସହିତ ଗଛ ସୁରକ୍ଷା ହେବ ବୋଲି ସେ ଆଶା ରଖିଛନ୍ତି ।

Leave a Reply

Your email address will not be published. Required fields are marked *