Spread the love

ଫତେପୁର ପଞ୍ଚାୟତର ପଞ୍ଚାୟତ ଅଫିସ ପାଖରେ ରାଜସ୍ୱ ନିରୀକ୍ଷକ ସର୍କଲ କାର୍ଯ୍ୟାଳୟର ଶିଳାନ୍ୟାସ କଲେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ

ବିକ୍ଷୟ ____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଫତେପୁର ପଞ୍ଚାୟତର ପଞ୍ଚାୟତ ଅଫିସ ପାଖରେ ରାଜସ୍ୱ ନିରୀକ୍ଷକ ସର୍କଲ କାର୍ଯ୍ୟାଳୟର ଶିଳାନ୍ୟାସ କଲେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ।ଏ କାର୍ଯ୍ୟାଳୟ ନୂତନ ଭାବେ ହୋଇଥିବାରୁ ଆଖପାଖ ଗ୍ରାମ ମାନଙ୍କରେ ଆନନ୍ଦର ଲହରୀ ଖେଳିଯାଇଛି। ସେମାନଙ୍କ ଆଖିରେ ଯେଉଁ ସ୍ଵପ୍ନ ଥିଲା ତାହା ଆଜି ପୂରଣ ହୋଇଥିବାରୁ ମାନ୍ୟବର ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ ଉପାଧ୍ୟକ୍ଷ ସେକ ଏରସାଦ, ଜିଲ୍ଲା ପରିଷଦ ସଭ୍ୟା ସୁନିତା ନାୟକ, ସରପଞ୍ଚ ମାଧବୀ ଲତା ସାହୁ, ସମିତି ସଭ୍ୟା ନଳିନୀପ୍ରଭା ସାହୁ, ମୁରଲୀଧର ବେହେରା, ମନ୍ତ୍ରୀଙ୍କ ପ୍ରତିନିଧି ପ୍ରଦିପ ମହାନ୍ତି ଓ ବିଜେଡି ର ପଞ୍ଚାୟତ ସଭାପତି ନିଧିରାମ ପାତ୍ର ପ୍ରମୁଖ ଯୋଗଦେଇ ଥିଲେ।

ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *