Spread the love

ଭୂବନେଶ୍ବର: ଆସନ୍ତା ଫେବୃଆରୀରେ ଦୁଇ ଦିନ ବନଦ ରହିବ ବ୍ୟାଙ୍କ । ଫେବୃଆରୀ ୨୪ ଓ ୨୫ ତାରିଖରେ ଦେଶବ୍ୟାପୀ ବ୍ୟାଙ୍କ ବନ୍ଦ ରହିବ । ସର୍ବ ଭାରତୀୟ ଅଫିସର ମହାସଂଘ (ଏଆଇବିଓସି) ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି । ବିଭିନ୍ନ ଦାବି ନେଇ ଏହି ଆନ୍ଦୋଳନ କରାଯିବ ।

ତେବେ ମହାସଂଘ ପକ୍ଷରୁ ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ, ସବୁ କ୍ୟାଡରରେ ପର୍ଯ୍ୟାପ୍ତ ସଂଖ୍ୟକ କର୍ମଚାରୀ ନିଯୁକ୍ତି ଏବଂ ଦୀର୍ଘଦିନ ହେଲା ପଡ଼ି ରହିଥିବା ଅନ୍ୟାନ୍ୟ ଦାବିଗୁଡ଼ିକର ସମାଧାନ ଦାବିରେ ଏହି ଧର୍ମଘଟ ଡାକରା ଦିଆଯାଇଛି ।

କିଛି ଦିନ ପୂର୍ବେ ଆର୍ଥିକ ସେବା ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ଯାହାକୁ ମହାସଂଘ ପକ୍ଷରୁ କଡା ସମାଲୋଚନା କରାଯାଇଛି । ଏହି ନିର୍ଦ୍ଦେଶନାମା କର୍ମଚାରୀମାନଙ୍କ ନିଯୁକ୍ତି ସୁରକ୍ଷା ସହ ସାଲିସ କରୁଛି ଏବଂ ସେମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରୁଥିବା ମହାସଙ୍ଘ ପକ୍ଷରୁ କୁହାଯାଇଛି ।ଚଳିତମାସରେ ଧର୍ମଘଟ ନୋଟିସ୍ ଦିଆଯିବା ପରେ ଆଗକୁ ଅଧିକ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *