Spread the love

ବଅଁରପାଳ ପଞ୍ଚ ଶ୍ରୀକ୍ଷେତ୍ର ରେ ସ୍ନାନ ପୂର୍ଣ୍ଣିମା

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ପଞ୍ଚ ଶ୍ରୀକ୍ଷେତ୍ର ଧାମରେ ମହା ସମାରୋହରେ ପବିତ୍ର ମହା ସ୍ନାନ ପୂର୍ଣ୍ଣିମା ଉତ୍ସବ ପାଳନ ହୋଇଯାଇଛି। ଆଜି ପ୍ରତ୍ୟୁଷ ରୁ ଶ୍ରୀ ଜୀଉ ମାନଙ୍କର ସମସ୍ତ ରୀତି ନୀତି ସହ ସୂର୍ଯ୍ୟ ପୂଜା, ମଙ୍ଗଳ ଆଳତୀ ଦ୍ଵାରପାଳ ପହଣ୍ଡି ଗଜାନନ ବେଶ ଇତ୍ୟାଦି କରାଯିବା ପାଇଁ ପ୍ରଭୁ ଜଗନ୍ନାଥ, ବଳଭଦ୍ର ମା ସୁଭଦ୍ରା ଙ୍କ ସମେତ ସୁଦର୍ଶନ କୁ ସ୍ନାନ ମଣ୍ଡପକୁ ଅଣାଯାଇଥିଲା। ପାଞ୍ଚଗଡ଼ ର ବିଭିନ୍ନ ଗ୍ରାମ ଗୁଡିକ ମଧ୍ୟରୁ ଗୋତମରା ଗ୍ରାମର ପୁରୁଷ ଓ ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ଉତ୍ସବରେ ଉପସ୍ଥିତ ରହି ଭଜନ କୀର୍ତ୍ତନ ପରିବେଷଣ କରିଥିଲେ। ଦଇତାପତି ସର୍ବଶ୍ରୀ ରୁଦ୍ର ମୋହନ ସାହୁ, ସୁବାଷ ପଟ୍ଟନାୟକ, ଉପେନ୍ଦ୍ର ସାମଲ, ସତ୍ୟବାନ୍, କୃତାର୍ଥ ସେନାପତି, ଚିନ୍ତାମଣି ବେହେରା, ମୁରଲୀ ସାହୁ, ଟୀକା ସାହୁ, ଗଗନ ମହାଳିକ, ପ୍ରେମାନନ୍ଦ ପ୍ରଧାନ, ରବି ନାରାୟଣ ବେହେରା, ଶ୍ରୀ ମୁଖ ଭୁତିଆ, ପ୍ରଦୀପ କୁମାର ମାଝି, ପ୍ରମୁଖ ଉପସ୍ଥିତ ରହି ଚତୁର୍ଦ୍ଧା ମୁରତି ସମସ୍ତ କର୍ମ କର୍ତ୍ତା ସହଯୋଗ କରିଥିଲେ। ପଣ୍ଡିତ ଅଶୋକ କୁମାର ଦାସ, ଅଚ୍ୟୁତାନନ୍ଦ ଦାସ, ହରମୋହନ ପଣ୍ଡା, ପ୍ରାଣ ବନ୍ଧୁ ନାଥ,କେ ସି ମିଶ୍ର, ପ୍ରମୁଖ ଉପସ୍ଥିତ ରହି ସମସ୍ତ ପୂଜାର୍ଚନା କରିଥିଲେ। ମନ୍ଦିର କମିଟି ପକ୍ଷରୁ ସତ୍ୟବାନ ବରାହ ସ୍ଵସ୍ତିକ ଭାବେ ଉପସ୍ଥିତ ରହି କର୍ତ୍ତା ଓ କର୍ତ୍ତୀ (କୁମୁଦିନୀ ବରାହ) ଭୂମିକା ଗ୍ରହଣ କରିଥିଲେ। ଏଥି ସହିତ ମନ୍ଦିର ପରିଚାଳନା କମିଟିର ଉପଦେଷ୍ଠା ନରେଶ ଚନ୍ଦ୍ର ସାହୁ, ଉପ ସଭାପତି ପିତାମ୍ବର ସାହୁ, ସମ୍ପାଦକ ଅଲେଖ କୁମାର ଦାସ କାର୍ଯ୍ୟକାରି ସଦସ୍ୟ ରାମ ଚନ୍ଦ୍ର ସାହୁ,ନିର୍ମଲ କୁମାର ଗଡନାୟକ, ଅଖିଳ ମହାପାତ୍ର, ରବିନ୍ଦ୍ର ସାହୁ, ବିପ୍ର ଚରଣ ଜେନା, ଉପେନ୍ଦ୍ର ପ୍ରଧାନ, ଉପେନ୍ଦ୍ର ସାହୁ, ପ୍ରଦୀପ୍ତ କୁମାର ମାଝି, ଅକ୍ଷୟ ପଟ୍ଟନାୟକ, ଶୈଳେନ୍ଦ୍ର ପରିଡା, ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପାଞ୍ଚ ଗଡ଼ ର ବିଭିନ୍ନ ଗ୍ରାମ ତଥା ଅଞ୍ଚଳରୁ ବହୁ ସଂଖ୍ଯା ରେ ଶ୍ରଦ୍ଧାଳୁ ଜଗନ୍ନାଥ ପ୍ରେମୀ ଉତ୍ସବକୁ ଉପଭୋଗ କରିବା ସହିତ ପ୍ରସାଦ ସେବନ ରେ ଅଂଶ ଗ୍ରହଣ କରିଥିଲେ। ଗଜାନନ ବେଶ ପରେ ସନ୍ଧ୍ଯାରେ ନାମ ସଙ୍କୀର୍ତ୍ତନ ଅନୁଷ୍ଠତ ହେବା ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ୧୦୮ କଳସ ସୁବାସିତ ଜଳ ରେ ସ୍ନାନ କରିଥିବା ଯୋଗୁଁ ଜ୍ଵରରେ ପୀଡିତ ହୋଇ ଥିବାରୁ ଅଣ ସର ଘରେ ୧୫ ଦିନ ରଖାଯିବାର କାର୍ଯ୍ୟକ୍ରମ ରହିଛି। ଅଣ ସର ଘରେ ଚେର ମୁଳୀ ରେ ପ୍ରସ୍ତୁତ ଔଷଧ ଦ୍ଵରା ଦଇତାପତି ମାନଙ୍କ ସାହାଯ୍ୟରେ ନିୟମିତ ସେବା କରାଯିବ, ବୋଲି ମନ୍ଦିର ପ୍ରଶାସନ ତରଫରୁ ପ୍ରକାଶ, ଆଜି ର ଆକର୍ଷଣୀୟ କାର୍ଯ୍ୟକ୍ରମରେ ପ୍ରିଣ୍ଟ ମିଡିଆ ୱେବ୍ ମିଡିଆ ସାମାଜିକ ଗଣ ମାଧ୍ୟମର ସଦସ୍ୟ ମାନେ ଉପସ୍ଥିତ ରହି ସମସ୍ତ ଖବର ପ୍ରସାରଣ ପାଇଁ ନିଜକୁ ପ୍ରସ୍ତୁତ ରଖିଥିଲେ।

Leave a Reply

Your email address will not be published. Required fields are marked *