Spread the love

ବଅଁରପାଳ ବ୍ଲକ ଦେୱାନୀ କନିଷ୍ଠ ଅଦାଲତର ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳିତ

ବଅଁରପାଳ ବ୍ଲକ ଦେୱାନୀ କନିଷ୍ଠ ବିଭାଗ ଅଦାଲତ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ଆଜି ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଦିବସ ଆଜି ବଡ଼ ଆଡମ୍ବରରେ ପାଳିତ ହୋଇଯାଇଛି।କୋର୍ଟ ପରିସରରେ ଥିବା ଓକିଲ ସଂଘ କାର୍ଯ୍ୟାଳୟ ମଧ୍ୟରେ ଏହି ଦ୍ଵିତୀୟ ବାର୍ଷିକ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି।ଗତ ଦୁଇ ବର୍ଷ ପୂର୍ବରୁ ଅର୍ଥାତ ଆଜିର ଦିନ ୭ ଫ୍ରେବିଆରୀ ୨୦୨୧ ମସିହାରେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ ମୁରଲୀଧରଙ୍କ କରକମଳରେ ଶୁଭ ଉଦଘାଟନ ହୋଇଥିଲା।ଆଜି ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଅଁରପାଳ ବ୍ଲକ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ବିଚାରପତି ଶ୍ରୀଷ୍ଟି ସାମନ୍ତ ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ।ବଅଁରପାଳ ଓକିଲ ସଂଘର ସଭାପତି ବିଧୂ ଭୂଷଣ ପଟ୍ଟନାୟକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ବିଚାରପତି ଶ୍ରୀଷ୍ଟି ସାମନ୍ତ ଆଜି ପ୍ରତିଷ୍ଠା ଉତ୍ସବ ଦିବସରେ ଯୋଗ ଦେଇ ନିଜ ଅଭିଷଣରେ କହିଥିଲେ ଯେ କୋର୍ଟ ଆରମ୍ଭ ହେବା ଦିନ ଠାରୁ ସେ ଏଠାରେ ବିଚାରପତି ଭାବେ ଯୋଗ ଦେଇଛନ୍ତି ଦୁଇ ବର୍ଷ ଇତି ମଧ୍ୟରେ ଭଲରେ ଭଲରେ ଅତି ବାହିତ ହୋଇଯାଇଛି।ବାର ଓ ବେଞ୍ଚ ଉଭୟଙ୍କ ସହଯୋଗରେ କୋର୍ଟ ଚାଲିବ ଓ ଉଭୟଙ୍କ ସମନ୍ୱୟ ରହିଲେ ସର୍ବସାଧାରଣ ଉପକୃତ ହେବେ ବୋଲି ନିଜ ନିଜର ବକ୍ତବ୍ୟ ରଖିଥିଲେ।ଏହି ପ୍ରତିଷ୍ଠା ଦିବସରେ ସମ୍ମାନିତ ଅତିଥି ଭାବେ ଅନୁଗୁଳ ଜିଲ୍ଲା ଓକିଲ ସଂଘର ସଭାପତି ଦିଲ୍ଲୀପ ସାହୁ, ସମ୍ପାଦକ ଧ୍ରୁବ ଚରଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ।ବରିଷ୍ଠ ଓକିଲ ଭାସ୍କର ଚନ୍ଦ୍ର ବେହେରା ସଭାପତିତ୍ୱରେ ସଭା କାର୍ଯ୍ୟ ପରିଚାଳନା ହୋଇଥିଲା।ଏଥିରେ କୋର୍ଟ ଏପିପି ଦୁଷ୍ମନ୍ତ ସେନାପତି,ଏପିପି କାଳୀ ଚରଣ କର,କ୍ୟାଡର ପିପି ଅଭିଳାଷ ମଲ୍ଲିକ,ବରିଷ୍ଠ ଓକିଲ ତଥା ବଅଁରପାଳ ଓକିଲ ସଂଘର ସମ୍ପାଦକ ହେମନ୍ତ କୁମାର ସାହୁ ସୁଶାନ୍ତ ମିଶ୍ର,ଶୁଭ୍ରଜିତ ବିଶୋଇ,ଅଜୟ ସେଠ,ସନାତନ ପ୍ରଧାନ, ସୁଶୀଲ ପଟ୍ଟନାୟକ,ବିଘୋଷ ରଞ୍ଜନ ସିଂହ, ପ୍ରମୋଦ ସାମଲ,ଉମାକାନ୍ତ ଦାସ,ଦୁଷ୍ମନ୍ତ ସିଂହ, ଭବାନୀ ପ୍ରଧାନ, ପ୍ରସନ୍ନ ମିଶ୍ର,ଓ ବଅଁରପାଳ ଓକିଲ ସଂଘର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ।କୋର୍ଟ କୁ ଆଜି ପୁଷ୍ପ ମାଳରେ ଆଚ୍ଛାଦିତ କରାଯାଇଥିଲା।ଶେଷରେ ଭାସ୍କର ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ଉଦଯାପିତ କରିଥିଲେ।

Leave a Reply

Your email address will not be published. Required fields are marked *