Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

(ଜେ ବି ଏନ /ସୁଶାନ୍ତ କୁମାର) ୦୩/୦୧/୨୦୨୧ ଅନୁଗୋଳ : ପ୍ରଥମ ଥର ପାଇଁ ବଅଁରପାଳ ବ୍ଲକ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଶୂନ ରେ ରହିଛି। ଯାହାକି ଜିଲ୍ଲା ପ୍ରଶାସନ ଓ ବଅଁରପାଳ ବ୍ଲକ ବାସୀ ଙ୍କ ପାଇଁ ଖୁସି ଖବର। ଅନୁଗୋଳ ଜିଲ୍ଲାରେ ୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୨ଜଣ ( ୧ଜଣ ପୁରୁଷ ଓ ୧ଜଣ ମହିଳା ଓ ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ୨ଜଣ ( ୨ ଜଣ ମହିଳା ) ଅଛନ୍ତି । ତାଳଚେର ବ୍ଲକ , ତାଳଚେର ପୌରାଞ୍ଚଳ , କିଶୋରନଗର ବ୍ଳକ , ଅନୁଗୋଳ ବ୍ଳକ , ଅନୁଗୋଳ ପୌରାଞ୍ଚଳ , କଣିହାଁ ବ୍ଲକ , ବଅଁରପାଳ ବ୍ଳକ , ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳରୁ ପରିଷଦ ଓ ପାଳଲହଡା ବ୍ଲକ ପ୍ରଭୃତି ୯ଟି ଅଞ୍ଚଳରୁ କୌଣସି ପଜିଟିଭ ଚିହ୍ନଟ ହୋଇନାହାନ୍ତି ।