Spread the love

ବଡବିଲ ଠାରେ ସିପିଆଇ ପକ୍ଷରୁ ରାଜ୍ୟ ପରିଷଦ ବୈଠକ ର ଉଦ୍ଜାପନୀ ଡିବସ ଅନୁଷ୍ଠିତ ।

କେନ୍ଦୁଝର ଜିଲ୍ଲାର ଖଣିଜକ୍ଷେତ୍ର ବଡବିଲ ଥାନା ଅନ୍ତର୍ଗତ ତଥା ବଡବିଲ ପୌରାଞ୍ଚଳ ଗାଢାହାଟିଂ ସ୍ଥିତ ସିପିଆଇ କାର୍ଯ୍ୟାଳୟ ଠାରେ ବିଗତ ତିନିଦିନ ଧରି ଚାଲିଥିବା ରାଜ୍ୟ ପରିଷଦ ବୈଠକର ଉଦଯାପନୀ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସିପିଆଇ ଦଳର ରାଜ୍ୟ ବରିଷ୍ଟ ନେତୃବୃନ୍ଦ ଯୋଗଦେଇଥିବା ଦେଖିବାକୁ ମିଳିଥିଲା। ସିପିଆଇ ଦଳର ନେତୃବୃନ୍ଦ ଙ୍କ କହିବା କଥା କି କେନ୍ଦ୍ରରେ ଶାସନ କରୁଥିବା ବିଜେପି ଦଳ ସମସ୍ତ୍ କ୍ଷେତ୍ରରେ ଫେଲ୍ ମାରିଛି, ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ଅସମର୍ଥ ହୋଇଛି, ତେଣୁ ଆଗାମୀ 2024ନିର୍ବାଚନ ରେ ସମସ୍ତେ ବିଜେପି ଦଳକୁ ପ୍ରତ୍ୟାଖ୍ୟାନ କରିବାକୁ ଆହ୍ବାନ ଦେଇଛନ୍ତି ସିପିଆଇ ର ନେତୃବୃନ୍ଦ। କିନ୍ତୁ ଏଇଠି କଥା ଆସେ ଯେ କେନ୍ଦୁଝର ଜିଲ୍ଲାର ଯୋଡ଼ା ଖଣି ମଣ୍ଡଳ ଖଣି ଖାଦାନ ପରିପୂର୍ଣ୍ଣ ହୋଇଥିବା ବେଳେ ଏହି ଅଞ୍ଚଳରେ ଶ୍ରମିକଙ୍କ ଅବସ୍ଥା ନକହିବା ଭଲ, ନିଜକୁ ଶ୍ରମିକ ନେତା ବୋଲାଉଥିବା ଲୋକେ ନିଜେ ଦେଖୁଥିବେ କି ଏଠାକାର ଖଣି ଖାଦାନ ରେ ବାହାର ରାଜ୍ୟର ଠିକାଦାର କାମକରି ମାଲାମାଲ, ବିଭିନ୍ନ ସମୟରେ ବିଭିନ୍ନ କମ୍ପାନୀ ଅବା ରେଲୱେ ସାଇଡିଂ ମାନଙ୍କରେ ବିଭିନ୍ନ ସମସ୍ୟାକୁ ନେଇ ଶ୍ରମିକ ଆନ୍ଦୋଳନ ଦେଖାଯାଇଥାଏ ବିଗତ ଦିନରେ ରାଜରାସ୍ତାରେ ସହସ୍ର ସଂଖ୍ୟାରେ ପୁରୁଷ ଓ ମହିଳା ଶ୍ରମିକ ବର୍ଷାରେ ଚାଲି ଚାଲି ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା କିନ୍ତୁ କୌଣସି ଆଞ୍ଚଳିକ ଶ୍ରମିକ ନେତା ସେମାନଙ୍କୁ ଆହା ପଦେ କହିନଥିଲେ କି ସମର୍ଥନ ଦେଇନଥିଲେ, କେବଳ ସେମାନଙ୍କ ସହ ଜଡିତ ଜଣେ ନେତା ତାଙ୍କ ସହ ବର୍ଷାରେ ଭିଜି ରାଜ ରାସ୍ତାରେ ଚାଲୁଥିବା ଦେଖିବାକୁ ମିଳିଥିଲା। ସମସ୍ତ ଆଞ୍ଚଳିକ ଶ୍ରମିକ ନେତା ମାନେ ଶ୍ରମିକଙ୍କ ସାଙ୍ଗରେ ରହିଲେ ଶ୍ରମିକ ମାନଙ୍କ ଦୁଃଖ ଦୂର ହେବା ସହ ସେମାନଙ୍କ ଦୁର୍ଦ୍ଦିନ ର ଅନ୍ତ ଘଟିବ ବୋଲି ଆଶାକରାଯାଏ ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *